ପାରଳାଖେମୁଣ୍ଡି ସ୍ଥିତ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଗୌରଚନ୍ଦ୍ର ଗଜପତି ସଭାକାକ୍ଷ ଠାରେ ଆଜି ବିଦ୍ୟାଳୟ ପକ୍ଷରୁ ଗୁରୁ ପୂଜନ ଉତ୍ସବ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଜନ୍ମ ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ।ଏହି ଅବସରରେ ଅନୁଷ୍ଠିତ ଉତ୍ସବରେ ଅତିଥି ମାନେ ଭଗବାନ ଗଣେଶ ମୂର୍ତ୍ତି ଠାରେ ଦୀପ ପ୍ରଜ୍ଜ୍ୱଳନ ଓ ସର୍ବପଲ୍ଲୀ ଡଃରାଧାକ୍ରିଷ୍ଣନଙ୍କଫଟୋଚିତ୍ରରେପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ଏହି ଅବସରରେ ବିଦ୍ୟାଳୟର ୨ ଜଣ ଅବସରପ୍ରାପ୍ତ ଶିକ୍ଷକ ପଣ୍ଡିତ କୁମୁଦ ରଞ୍ଜନ ଦାସ ଏବଂ ଶ୍ରୀ ରାମନାଥ ପଣ୍ଡାଙ୍କୁ ବିଦ୍ୟାଳୟର ଛାତ୍ରମାନଙ୍କ ପକ୍ଷରୁ ଉଛତ୍ସିତ୍ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବା ସହ ଉପଢ଼ୌକନ ଦେଇ ସିନ୍ଦୂର ଚନ୍ଦନ ଓ ପୁଷ୍ପ ଦେଇ ଆଳତି ଦେଖାଇ ଗୁରୁ ପୂଜନ କରା ଯାଇଥିଲା ।ଏଥି ସହିତ ବିଦ୍ୟାଳୟର ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଛାତ୍ର ମାନେ ସେହିଭଳି ସିନ୍ଦୂର ଚନ୍ଦନ ଓ ପୁଷ୍ପ ଲଗାଇ ଏବଂ ଉପଢ଼ୌକନ ଦେଇ ମୁଣ୍ଡିଆ ମାରି ଗୁରୁ ପୂଜନ କାର୍ଯ୍ୟ ସଂପାଦନ କରିଥିଲେ ।ପରେ ଛାତ୍ରମାନେ ସର୍ବପଲ୍ଲୀ ଡଃ ରାଧାକ୍ରିଷ୍ଣନଙ୍କ କର୍ମମୟ ଜୀବନ ଦର୍ଶନ ଉପରେ ଆଲୋଚନା କରି ଗୁରୁ ମାନଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ ।ପରେ ପରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପକ୍ଷରୁ ଭାରପ୍ରପ୍ତ ପ୍ରଧାନଶିକ୍ଷକ ଶ୍ରୀ ହରିହର ଦାସ , ଶ୍ରୀ ଜଗନ୍ନାଥ ପଟ୍ଟନାୟକ , ଶ୍ରୀ ଲଛମନ ରାଓ , ଶ୍ରୀ କୁମୁଦ ରଞ୍ଜନ ଦାସ , ଶିକ୍ଷୟତ୍ରୀ ଦିପ୍ତିମୟୀ ପାଢ଼ୀ , ଶ୍ରୀମତୀ ସୁଲତା ଶୁଭଦର୍ଶନୀ ଏବଂ ରାମନାଥ ପଣ୍ଡା ପ୍ରମୁଖ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହିବା ସହ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଜୀବନ ଦର୍ଶନ ଉପରେ କହି ଗୁରୁ ଶିଷ୍ୟ ପରମ୍ପରାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।ଛାତ୍ର ମାନେ ଗୁରୁଙ୍କ ଉପଦେଶ ମାନି ନିଜ କର୍ମ ପଥରେ ଆଗେଇ ଚାଲିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ
ଏହି ଅବସରରେ ଶେଷରେ ଛାତ୍ରମାନଙ୍କ ମଧ୍ୟରେ ଏକ କ୍ୟୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା । ଏହି କୁଇଜ୍ ପ୍ରତିଯୋଗିତାକୁ ବିଦ୍ୟାଳୟରଶିକ୍ଷକ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ଏବଂ ଶିକ୍ଷୟତ୍ରୀ ଶ୍ରୀମତୀ ସୁଲତା ଶୁଭଦର୍ଶନୀ ପରିଚାଳନା କରିଥିଲେ । ବିଦ୍ୟାଳୟର ଦୁଇଜଣ ଛାତ୍ର ମଦନ ମୋହନ ପଟ୍ଟନାୟକ ଏବଂ ଏନ: ଶ୍ୟାମ ସୁନ୍ଦର ସମସ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଛାତ୍ର ଶ୍ରୀ ପବିତ୍ର ମଣ୍ଡଳ ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆବାହନ ସଙ୍ଗୀତ ଏବ ଅନ୍ୟ ଛାତ୍ରମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।