ପାରଳାଖେମୁଣ୍ଡି ସ୍ଥିତ ମାଟିଆ ସାହି ନିକଟରେ କାଞ୍ଚି କମାକ୍ଷୀ ପୂଜା ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମାଟିଆ ସାହି ନିକଟରେ କାଞ୍ଚି କାମାକ୍ଷୀ ପୂଜା ଅନୁଷ୍ଠିତ। କାଞ୍ଚି କାମାକ୍ଷୀ ସୁନାରୀ ମାନଙ୍କର ଇଷ୍ଟ ଦେବୀ ଅଟନ୍ତି।ଏହି ପୂଜା ଆଗରୁ ଥିଲା ଏହି ପୂଜାରେ ସତ୍ୟତା ରହିଛି। ବର୍ତ୍ତମାନ ୧୩ବର୍ଷ ହେଲା କରାଯାଉଛି। ଏ ଦେବୀ ହେଉଛନ୍ତି ଧନର ମାଲିକ।ଏହାର ନୀତି ନିୟମ କରି ଭକ୍ତି ଭାବରେ ପୂଜାର୍ଚ୍ଚନା କଲେ ଭାଗ୍ୟବତୀ ଧନ ଧ୍ୟାନ୍ୟ ବେପାର ବାଣିଜ୍ୟ ଦୁଃଖ କଷ୍ଟ ଦୂର ହେଉଛି ବୋଲି ଲୋକକଥା ରହିଛି। ସମସ୍ତଙ୍କର ମଙ୍ଗଳ ହେବା ସହ ସମସ୍ତ ଙ୍କର ମଙ୍ଗଳ କାମନା କରି ଏହି ପୂଜା କରାଯାଉଛି। ଏହି ପୂଜା ଶନିବାର ଦିନ ପର୍ଯ୍ୟନ୍ତ ହେବ ବୋଲି ଜଣା ପଡ଼ିଛି।