ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମହାତ୍ମାଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦପଣ୍ଡା):ଗଜପତିଜିଲ୍ଲାରସଦରମହକୁମାପାରଳାଖେମୁଣ୍ଡିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଠାରେ ସରକାରଙ୍କ ସମସ୍ତ କୋଭିଡ-୧୯ ଗାଇଡ଼୍ ଲାଇନ୍ କୁ ପାଳନ କରି ମହାତ୍ମାଗାନ୍ଧୀ ଜୟନ୍ତୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ମାତୃଭାଷା ବିଷୟର ଆଚାର୍ଯ୍ୟ ଶ୍ରୀ ଗୋପାଳ କୃଷ୍ଣ ପଣ୍ଡିତ ଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଉକ୍ତ ଦିବସ ଉପଲକ୍ଷେ ବିଦ୍ୟାଳୟର ଭାଇଭଉଣୀ ମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ସ୍ମୃତିଚାରଣ କରିଥିଲେ। ଶିଶୁ ଭାଇଭଉଣୀ ମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ନୀତିକୁ ଅନୁସରଣ କରି ନିଜ ଜୀବନରେ ଆଗେଇବା ଆବଶ୍ୟକ ବୋଲି ବିଦ୍ୟାଳୟର ସହ ପ୍ରଧାନଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ପାଢୀ ନିଜ ବକ୍ତବ୍ୟରେ ରଖିଥିଲେ। ବାପୁଜି ସମୟ ପ୍ରତି ସତର୍କ ଥିଲେ, ସମୟକୁ ସମ୍ମାନ ଦେବା ସହ ସମୟରେ ସମସ୍ତ କାର୍ଯ୍ୟ କରୁଥିଲେ। ଠିକ୍ ସେହିଭଳି ଆମେ ମଧ୍ୟ ସମୟକୁ ସମ୍ମାନ ଦେଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ବିଦ୍ୟାଳୟର ଶିଶୁ ବଟିକାର ଆଚାର୍ଯ୍ୟା ଶ୍ରୀମତୀ ସାବିତ୍ରୀ ପାଣିଗ୍ରାହୀ ଶିଶୁ ଭାଇଭଉଣୀଙ୍କୁ ପରାମର୍ଶ ଦେଇଥିଲେ। ଶାସ୍ତ୍ରୀଜୀ ସର୍ବଦା ସାଦା ଜୀବନ ଓ ଉଚ୍ଚ ବିଚାର ରଖୁଥିଲେ।ଠିକ୍ ସେହିପରି ଆମେ ସମସ୍ତେ ଆମ ସମସ୍ତଙ୍କ ମନରେ ଏହି ଭଳି ମନଭାବ ରଖିବା ଆବଶ୍ୟକ ବୋଲି ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ଦୁର୍ଗା ପ୍ରସାଦ ସାହୁ କହିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ତରଫରୁ ଭାଇଭଉଣୀଙ୍କୁ ମିଷ୍ଟନ ବଣ୍ଟନ କରାଯାଇଥିଲା ଏବଂ ସମସ୍ତ ଗୁରୁଜୀ ଗୁରୁମା ଏକତ୍ର ହୋଇ କଂଗ୍ରେସ କାର୍ଯ୍ୟାଳୟ ନିକଟରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଏବଂ ଗାନ୍ଧୀ ଛକ ଠାରେ ଥିବା ମାହାତ୍ମଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ପାଢୀ ପରିଚାଳନା କରିଥିବା ବେଳେ ଶ୍ରୀ ମୂରଲୀ ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମଟି ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗ ରେ ସଫଳତାର ସହ ସମ୍ପାଦିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ