ପାରଳାଖେମୁଣ୍ଡି ୱାକରସ କ୍ଲବ୍ ଦ୍ୱାରା କିନରମାନଙ୍କୁ ସହାୟତା
ପାରଳାଖେମୁଣ୍ଡି : (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ୱାରପସ କ୍ଲବ ଦ୍ୱାରା ପାରଳାଖେମୁଣ୍ଡି ସ୍ଥିତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଥିବା ସୁରଭି ଓଁଭେଟ ଷ୍ଟଲ୍କୁ ଏକ ଗ୍ରାଇଣ୍ଡର ସହାୟତା ଦିଆଯାଇଛି ଏହି ଷ୍ଟଲ୍ ସ୍ଥାନୀୟ କିନରମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ବେଳେ ସେମାନଙ୍କର ଆବଶ୍ୟକତାକୁ ଲକ୍ଷ ରଖି ଏହି ସହାୟତା ପ୍ରଦାନ କରାଯାଇଛି । ସହାୟତା ପ୍ରଦାନ ସମୟରେ ମୁଖ୍ୟ ଅତିଥିଭାବେ ଆରକ୍ଷୀ ଅଧ୍ୟକ୍ଷକ ସାରା ଶର୍ମା ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ କବ୍ଲର ସଭାପତି ଡ. ଭି.ଲୋକନାଥ ରାଜୁ, ସମ୍ପାଦକ କେ. ପ୍ରବିନ କୁମାର, ଏମ. କିରଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।