ପାରଳାରେ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀର କମ୍ୟୁନିଟି ହଲ୍ ଉଦଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀର କମ୍ୟୁନିଟି ହଲ୍ ବିଧାୟକ ଇଞ୍ଜିନିୟର ରୁପେଶ ପାଣିଗ୍ରାହୀଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ବିଧାୟକଙ୍କ ଦ୍ବାରା ସ୍ମୃତି ଫଳକ ଲୋକାର୍ପିତ ହୋଇଛି। ଏଜିଏସଏମ୍ର ନିର୍ଦ୍ଦେଶକ ବିଶପ ବିଶ୍ୱଜିତ୍ ପାଣି ନୂତନ ଗୃହ ଉନ୍ମୋଚନ କରି ଥିଲେ। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୨୦ଲକ୍ଷ ଟଙ୍କା ବ୍ୟୟରେ ଏହି କମ୍ୟୁନିଟି ହଲ୍ ନିର୍ମିତ ହୋଇଥିଲା. ପ୍ରଫେସର ରାଜପତି ପାଣି ବାକ୍ୟ ପରିବେଷଣ କରିଥିବା ବେଳେ ସମ୍ମିଳନୀ ସାଧାରଣ ସମ୍ପାଦକ ରେଭ ସବୁଲନ ପାଣି ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଉଦ୍ଘାଟନ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଗାବରା ତିରୁପତି ରାଓ, ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ପୌର ଅଧକ୍ଷା ନିର୍ମଳା ସେଠି ଉପସ୍ଥିତ ଥିଲେ।


