ପାରଳାରେ ଏସବିଆଇର ୨ ବ୍ୟାଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ଗ୍ରାହକଙ୍କ ସେବା ଠପ୍

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପରିଚାଳକଙ୍କୁ କରୋନା ଯୋଗୁଁ ପାରଳା ଏସବିଆଇର ୨ଗୋଟି ବ୍ୟାଙ୍କ ଶାଖାକୁ ପ୍ରଶାସନ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ କରିଛନ୍ତି । ଯଦ୍ୱାରା ଗ୍ରାହକଙ୍କ ସେବା ହଠାତ୍ ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ସହରର ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ପରିଚାଳକଙ୍କୁ ଗତକାଲି କରୋନା ଆକ୍ରାନ୍ତ ହୋଇଛି । ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଗଜପତି ଜିଲ୍ଲା ପ୍ରଶାସନ ଗତକାଲି ଠାରୁ ପାରଳାଖେମୁଣ୍ଡିରେ ଥିବା ଷ୍ଟେଟବ୍ୟାଙ୍କର ୨ବ୍ୟାଙ୍କକୁ ସିଲ୍ କରିଛନ୍ତି । ଆଜି ମଧ୍ୟ ୨ୟ ଦିନ ପାଇଁ ଏହି ୨ଟି ବ୍ୟାଙ୍କ ସମ୍ପୁର୍ଣ୍ଣ ଭାବେ ବନ୍ଦ ରହିଛି । ପାରଳାଖେମୁଣ୍ଡି ସହରରେ ଶତକଡା ୬୦ଭାଗରୁ ଉର୍ଦ୍ଧ ବ୍ୟକ୍ତି ଷ୍ଟେଟ ବ୍ୟାଙ୍କର ସେବା ଉପରେ ନିର୍ଭର କରିଥାନ୍ତି । ହଠାତ୍ ସାଧାରଣଙ୍କ ମୁଖ୍ୟ ବ୍ୟାଙ୍କ ୨ଦିନ ଧରି ବନ୍ଦ ହେବା ଯୋଗୁଁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବ୍ୟାଙ୍କ ପଦସ୍ଥ କର୍ମକର୍ତ୍ତା ଓ ଜିଲ୍ଲା ପ୍ରଶାସନ ଏଥି ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି । ୨ ବ୍ୟାଙ୍କ ବନ୍ଦ ନେଇ ଜିଲ୍ଲା (ଏଲଡିଏମ୍‌) ଅଗ୍ରଣୀ ବ୍ୟାଙ୍କ ପରିଚାଳକ କିଶୋର ଚନ୍ଦ୍ର ନାୟକ ସୁଚନା ଦେଇଛନ୍ତି ଯେ,ଏହି ବ୍ୟାଙ୍କର ଏଫଆଇ ମ୍ୟାନେଜର କରୋନା ଆକ୍ରାନ୍ତ ଯୋଗୁଁ ବ୍ୟାଙ୍କର ପଦସ୍ଥ କର୍ମକର୍ତ୍ତା ଏବଂ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଗତକାଲି ଠାରୁ ପାରଳାରେ ଥିବା ଷ୍ଟେଟବ୍ୟାଙ୍କର ୨ଗୋଟି ବ୍ୟାଙ୍କକୁ ସିଲ୍ କରାଯାଇଛି । ଏହି ଏଫଆଇ ମ୍ୟାନେଜରଙ୍କ ସହ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ପରିସରରେ ଗେଷ୍ଟହାଉସ୍ ମଧ୍ୟରେ ରହୁଥିବା ଅନ୍ୟ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରାଯାଇ ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି । ଏହି ୨ଗୋଟି ବ୍ୟାଙ୍କରେ ମୋଟ ୪୫ଜଣ କର୍ମଚାରୀ ରହିଛନ୍ତି । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ବ୍ୟାଙ୍କ କର୍ମଚାରୀଙ୍କ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ବ୍ୟାଙ୍କ ସେବାକୁ ସାଧାରଣଙ୍କ ଠାରେ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ପଦସ୍ଥ ବ୍ୟାଙ୍କ କର୍ମକର୍ତ୍ତା ବିଚାର ବିମର୍ଶ ଜାରି ରଖିଛନ୍ତି । ତେଣୁ ଅତି ତୁରନ୍ତ ବ୍ୟାଙ୍କ ସେବା ସାଧାରଣଙ୍କୁ ଉପଲବ୍ଧ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ