ପାରଳାରେ କରୋନା ବିପଦ ଘନେଇଲା : ୮ଟି ଅଞ୍ଚଳ କଣ୍ଟେନମେଣ୍ଟ କଟକଣା ଓ ସୀମା ସିଲ୍

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ କରୋନା ଜନିତ ସଂକ୍ରମଣ ବେଶ ବୃଦ୍ଧି ପାଇଛି । ଗତକାଲି ମାତ୍ର ଗୋଟିଏ ଦିନରେ ପାରଳା ସହରର ବିଭିନ୍ନ ଅଞ୍ଚଳରେ ୩୧ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସହର ପ୍ରତି ବିପଦ ଘନେଇଲା । ଏହାକୁ ପ୍ରତିହତ ଓ ସଂକ୍ରମଣକୁ ରୋକିବା ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ସାହା ପାରଳା ସହରର ୮ଗୋଟି ଅଞ୍ଚଳରେ କଣ୍ଟେନମେଣ୍ଟ ଘୋଷଣା କରିବା ସହ ଏହାର ସୀମାକୁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ଅନୁଯାଇ ପାରଳାଖେମୁଣ୍ଡି ସହରର ଇନ୍ଦିରା ନଗର,ସୁବାସ ନଗର,ନଡିଆତୋଟା ସାହି ଲେନ୍ ୧ ଓ ଲେନ୍ ୨,ଧୋବା ସାହି ଲେନ୍ ୧ ଓ ଲେନ୍ ୨,ଭଣ୍ଡାରି ସାହି,ମାଟିଆ ସାହି,ବାଳିକା ଉଚ୍ଚ ବିଦ୍ୟାଳୟ ରୋଡ ଓ କଣ୍ଡରା ସାହି ଲେନ୍ ୧ ଓ ଲେନ୍ ୨ ଆଦିକୁ କଣ୍ଟେନମେଣ୍ଟ ଯୋନ ଘୋଷଣା କରାଯାଇଛି । ଏହି ସବୁ ଅଞ୍ଚଳର ସୀମା ଗୁଡିକୁ ସିଲ୍ କରାଯାଇ ସମ୍ପୁର୍ଣ୍ଣ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏହି ସମସ୍ତ ଅଞ୍ଚଳରେ ସମସ୍ତଙ୍କ ଯିବା ଆସିବା ଉପରେ ସମ୍ପୁର୍ଣ୍ଣ ରୋକ୍ ଲଗାଯାଇଛି । ପୌର ପରିଷଦ ପକ୍ଷରୁ ଏହି ସବୁ ଅଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବିଶୋଧନ ପ୍ରକ୍ରିୟା ଯାରି ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ