ପାରଳାରେ ଚିନ୍ନୟ ମିଶନରେ ସ୍ୱାଧ୍ୱୀ ଗୀତାଦେବୀଙ୍କ ପ୍ରବଚନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରସ୍ଥ ଚିନ୍ମୟ ମିଶନ ଆଶ୍ରମରେ ଗତ ୨୪ ତାରିଖ ଠାରୁ ଗାତୀଜ୍ଞାନ ସହ କୃଷ୍ଣଚେତନା ତଥା ଜଗନ୍ନାଥ ସଂସ୍କୃତି ଆଧାରିତ ପ୍ରବଚନ କାର୍ଯ୍ୟକ୍ରମ ଚାଲିଅଛି । ଏ ଅବସରରେ ପ୍ରତିଦିନ ହୋମ ଯଜ୍ଞ, ଜ୍ଞାନଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହେଉଛି । ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ନିଗମାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ କୃପାଳୁଜୀ ମହାରାଜଙ୍କ ଅନୁଗାମୀ ସ୍ୱାଧ୍ୱୀ ଗୀତାଦେବୀ ପ୍ରବଚନ ଦେଉଛନ୍ତି । ଏଥିରେ ଗତକାଲି ଉକ୍ତ ଆଶ୍ରମର ପ୍ରତିଷ୍ଠାତା ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ଜିଲ୍ଲାସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗଦେଇ ସାମାଜିକ ଉଥ୍‌ଥାନ ପାଇଁ ମନୁଷ୍ୟତ୍ୱର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଚିନ୍ମୟ ମିଶନ ମାଧ୍ୟମରେ ଆଧ୍ୟାତ୍ମିକତାର ପ୍ରଚାର ପ୍ରସାର ପାଇଁ ଶ୍ରୀ ମହାପାତ୍ରଙ୍କ ଅବଦାନ ପାଇଁ ତାଙ୍କୁ ସ୍ୱାଧ୍ୱୀ ଗୀତାଦେବୀ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଗୟତ୍ରୀ ପରିବାର ପକ୍ଷରୁ କୌଳାସ ପଟ୍ଟନାୟକ ଘୃତ ଯଜ୍ଞର ପରିଚାଳନା କରିଥିଲେ । ଯାଜପୁର ଗ୍ରାମବାସୀ ସଂକୀର୍ତ୍ତନ କରିବା ସହ ବହୁ ସଂଖ୍ୟାରେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ