ପାରଳାରେ ତିନି ଦିନିଆ ସଟ୍ଡାଉନ୍ ଆରମ୍ଭ : ରାୟଗଡ,ଗଞ୍ଜାମ ଓ ଆନ୍ଧ୍ରକୁ ଯାତାୟତରେ ଲାଗିଲା ରୋକ୍
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରରୁ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳ ଅନୁପମ ସାହା ଏଠାରେ ଶୁକ୍ରବାର ଠାରୁ ରବିବାର ୩ଦିନିଆ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏଥିରେ ପାରଳାଖେମୁଣ୍ଡି ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି । ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ରାୟଗଡ,ଗଞ୍ଜାମ ଓ ଆନ୍ଧ୍ରପ୍ରଦେଶ ପାଇଁ ରହିଥିବା ରାସ୍ତାଗୁଡିକରେ ଯାତାୟତ ପାଇଁ ରୋକ୍ ଲଗାଯାଇଛି । ଏହି ସମସ୍ତ ଅଞ୍ଚଳରେ ୨୪ଘଣ୍ଟିଆ ପୋଲିସ୍ ପହରା ବ୍ୟବସ୍ଥା କରାଯାଇଛି । ଏହି ସଟ୍ଡାଉନ୍ ଆଜି ଶୁକ୍ରବାର ଆରମ୍ଭ ହୋଇଥିବା ବେଳେ ସହରର ଜନ ସାଧାରଣ ଏହାକୁ ସମର୍ଥନ ଜଣାଇଥିବା ଦୃଷ୍ଟିକୁ ଆସିଛି । ପ୍ରଥମ ଦିନ ସଟ୍ଡାଉନ୍ରେ ରାସ୍ତା ଘାଟ ଗୁଡିକ ସୁନ୍ସାନ୍ ହୋଇଥିବା ବେଳେ କେବଳ ପୋଲିସ୍ ପେଟ୍ରୋଲିଂ ଟିମ୍ ଗୁଡିକ ବୁଲୁଥିବାର ଦେଖିବାକୁ ମିଳିଛି । ଏହା ବ୍ୟତୀତ ଆମ୍ବୁଲାନ୍ସ,ସ୍ୱାସ୍ଥ୍ୟସେବା ଟିମ୍ ଆଦି ଅତ୍ୟାବଶ୍ୟକୀୟ ଯାନବାହନ ଗୁଡିକ ରାସ୍ତାରେ ଚଳପ୍ରଚଳ କରୁଛି । େଓøଷଧ ଦୋକାନ ଓ ଦୁଗ୍ଧ ବିକ୍ରୟ କେନ୍ଦ୍ର ଛଡା ସବୁ କିଛି ବନ୍ଦ ରହିଛି । ଗଜପତି ଏସ୍ପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ପାରଳା ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ସାରା ସହରରେ ପୋଲିସ୍ ପେଟ୍ରୋଲିଂ କଡାକଡି ଜାରି ରହିଛି ।


