ପାରଳାରେ ଦୋକାନ ବନ୍ଦ କଲା ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଅତ୍ୟାବଶ୍ୟକ ସାମଗ୍ରୀ ସମେତ ଅନ୍ୟାନ୍ୟ ଦୋକାନ ଗୁଡିକୁ ବନ୍ଦ କରିବାପାଇଁ ଏକ ଟିମ୍ ଆଜି ସହରରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ବିଭିନ୍ନ ଛକ ସ୍ଥାନରେଥିବା ପାନ ଦୋକାନ, ଗହଣା ଦୋକାନ ଏବଂ ସେହିପରି ଅନ୍ୟାନ୍ୟ ବହୁତ ଦୋକନ ଯେଉଁ ଠାରେକି ଜନସମାଗମ ହେବାର ଆଶଙ୍କା ରହିଛି ସେଗୁଡିକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି । ମୁଖ୍ୟତଃ ଜନଗହଳି ପୂର୍ଣ୍ଣସ୍ଥାନରେ ଏହି ଦୋକାନ ଗୁଡିକ ଖୋଲିବା ଦ୍ୱାରା ସେଠାରେ ଜନସମାଗମର ଅଧିକ ସମ୍ଭାବନାକୁ ଦୃଷ୍ଟିରେ ରଖି ଏହିପରି ପଦକ୍ଷେପ ନିଆଯାଇଛି । କରୋନା ଭାଇରସର ପ୍ରତିଶେଧକ ବ୍ୟବସ୍ଥା ପାଇଁ ଏହିପରି ବନ୍ଦ କରାଯାଇଛି ଏବଂ ଯଥା ସମ୍ଭବ ବ୍ୟବସାୟୀମାନେ ଗ୍ରାହକମାନଙ୍କ ଠାରୁ ଦୂରତା ରକ୍ଷା କରି ବ୍ୟବସାୟ କରିବାକୁ କୁହାଯାଇଛି । ସେହିପରି ସହରର ବିଭିନ୍ନ ବାରରେ ଯେପରି ଅତ୍ୟାଧିକ ଭିଡନଜମେ ଏବଂ ଲୋକ ଏକତ୍ରିତ ହୋଇ ପାଖାପାଖି ବସି ମଦ୍ୟପାନ ନକରନ୍ତି ସେଥିପ୍ରତି ଦୃଷ୍ଟିଦେବାକୁ ବାରମାଲିକ ଏବଂ ପରିଚାଳକ ମାନଙ୍କୁ ମଧ୍ୟ ତାଗିଦ କରାଯାଇଛି । ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଏବଂ ଅନ୍ୟାନ୍ୟ କର୍ମଚାରୀ ଓ ପୋଲିସ କର୍ମଚାରୀ ମାନେ ଉପସ୍ଥିତଥିଲେ ।