ପାରଳାରେ ଧରାଗଲା ୬ ଫୁଟରୁ ଉର୍ଦ୍ଧ ଡାମଣା ସାପ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର କଟକିଆ ସାହିରେ ଗୋଟିଏ ୬ ଫୁଟିଆ ଢ଼ାମଣା ସାପ ଉଦ୍ଧାର ହୋଇଛି। କଟକିଆ ସାହି ନିବାସୀ ରୂପେଶ ସାହୁଙ୍କ ଘରେ ୬ ଫୁଟିଆ ଲମ୍ବର ଢାମଣା ସାପ ପଶିଯାଇଥିଲା। ଘର ଲୋକେ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଗଜପତି ଜିଲ୍ଲ ଜିଲ୍ଲାରେ ସ୍ନେକ୍ ହେଲ୍ସ ବା ସାପ ଧରିବା ପାଇଁ କୌଣସି ପ୍ରକାରର ଅନୁଷ୍ଠାନ କି ବିଭାଗ ନ ଥିବାରୁ ଏନେଇ ରୂପେଶ ସମାଜସେବୀ ତଥା ସାମ୍ବାଦିକ ନାଗେଶ୍ବର ମହାପାତ୍ରଙ୍କୁ ଜଣାଇଥିଲେ। ଘଟଣାସ୍ଥଳରେ ନାଗେଶ୍ବର ପହଞ୍ଚି ନିଜସ୍ବ ଉଦ୍ୟମରେ ସାପକ ଧରି ସୁରକ୍ଷିତ ସ୍ଥାନରେ ଛାଡି ଦେଇଥିଲେ। ନାଗେଶ୍ବର ମହାପାତ୍ର ଜଣେ ଯୁବ ପରିବେଶବିତ୍ ଭାବେ ଗଜପତି ଜିଲ୍ଲା ଅଞ୍ଚଳରେ ପରିଚିତ।


