ପାରଳାରେ ନବରାତ୍ର ପୂଜା ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି । ସହରର ବଡବ୍ରାହ୍ମଣ ସାହି, ରାଜଗୁରୁ,ଜୟଦୁର୍ଗା ପୂଜା କମିଟି ଟ୍ରେଜେରୀ ରୋଡ ଆଦି ଠାରେ ଥିବା ବହୁ ପୁରାତନ କିମିଟି ଦ୍ୱରା ମା ଦୁର୍ଗାଙ୍କ ନବରାତ୍ରୀ ପୂଜାକାର୍ଯ୍ୟକ୍ରମ ଗତକାତି ରାତ୍ରରୁ କୋଭିଡ୍ ନିୟମ ପ୍ରକାରେ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ପ୍ରାୟ ଦୁଇ ବର୍ଷ ହେଲା କୋଭିଡ୍ ନିୟମାନୁଯାୟୀ ପୂଜା ଚାଲୁ ରହିଛି । ଏଥି ଯୋଗୁଁ ଜାକଜକମରେ ପୂଜା ଅନୁଷ୍ଠିତ ହେଉନଥିବାର ଦେଖିବାକୁ ମିଳିଛି । ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ଏହି ପୂଜା ସ୍ଥାନ ମାନଙ୍କରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ପୋଲିସ ମଧ୍ୟ ମୁତୟନ କରାଯାଇଛି । ଜୟଦୁର୍ଗା ପୂଜା କମିଟିର ପ୍ରତିଷ୍ଠାତା ଡିଲିପ ଦାସ,ସଭାପତି ଗରୁଡ ଧ୍ୱଜ ଚୌଧୁରୀ,ସମ୍ପାଦକ ୱାଇ.ରାମୁଲୁ କହିଛନ୍ତି,ଗତକାଲି ରାତ୍ର ଠାରୁ ନବରାତ୍ର ପୂଜା ରୀତିନୀତି ଅନୁଯାୟୀ କୋଭିଡ କଟକଣାକୁ ପାଳନ କରାଯାଇ ପୁଜାପାଠ ଚାଲିଛି । ୧୫ତାରିଖ ଦିନ ମହାଅଷ୍ଟମୀ ପୂଜା ପାଳନ କରାଯାଇ ୧୬ତାରିଖ ଦିନ ମାଁଙ୍କ ବିସର୍ଜନବ ସହ ଭଷାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।