ପାରଳାରେ ପାରିବାରିକ ଅଦାଲତ ଉଦ୍ଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ପାରିବାରିକ ଅଦାଲତ ଉଦଘାଟିତ ହୋଇଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟମୁର୍ତ୍ତି ଡ.ଜଷ୍ଟିସ ଏସ.ମୁରଳିଧରଙ୍କ କରକମଳରେ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଗାଟନ କରିଛନ୍ତି । ଏହି ଅବସରରେ ବାର ଏସୋସିଏସନର ବହୁ ଦିନର ଦାବିକୁ ପୁରଣ କରିବାରେ ସହାୟକ ହେବା ସହିତ ଏହି ଅଞ୍ଚଳବାସୀ ଉପକୃତ ହେବେ ବୋଲି .ଜଷ୍ଟିସ ମୁରଳିଧର ପ୍ରକାଶ କରିଥିଲେ । ଏହି ଉତ୍ସବରେ ଉଚ୍ଚ ନ୍ୟାୟାଳୟର ବିଚାରପତି ଡ.ଜଷ୍ଟିସ ବି.ଆର.ଷଡଙ୍ଗିହ୍କ ସମେତ ଅନ୍ୟ ବିଚାରପତି ମଧ୍ୟ ଉପସ୍ଥିତ ଥିଲେ । ଏଥିରେ ସୁବ୍ରତ ମହାନ୍ତି ପାରିବାରିକ ଅଦାଲତରେ ବିଚାରପତି ହିସାବରେ ଶପଥ ପାଠ କରିଥିଲେ । ଏତଦ ବ୍ୟତିତ ପାରଳାଖେମୁଣ୍ଡି କୋର୍ଟର ଜିଲ୍ଲା ଓ ଦୌରା ଜର୍ଜ ଶ୍ରୀ ସତ୍ୟପ୍ରିୟ ମିଶ୍ର,ରେଜିଷ୍ଟାର ଶତ୍ୟବ୍ରତ ରଣାଙ୍କ ସମେତ ଅନ୍ୟ ଜର୍ଜମାନେ ଓ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା,ଏସପି ଜୟରାମ ଶତପଥୀ ପ୍ରମୁଖ ଅତିଥି ବୃନ୍ଦ ଉପସ୍ଥିତ ଥିଲେ । ଏଥିରେ ଜିଲ୍ଲା ଓକିଲ ସଂଘର ସଭାପତି ରାମନାଥ ମିଶ୍ର,ସମ୍ପାଦକ ଏମ.ପୃଥିବୀରାଜ ସମେତ ସମସ୍ତ ଆଇନଜୀବିମାନେ ଉପସ୍ଥିତ ରହି କାର୍ଯ୍ୟକୁ ପରିଚାଳନା କରିଥିଲେ ।