ପାରଳାରେ ପୋଷ୍ଟାଲ ଏଟିଏମ ବନ୍ଦ, ସାଧାରଣରେ ଅସନ୍ତୋଷ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଏକମାତ୍ର ପୋଷ୍ଟାଲ ଏ ଟି ଏମ୍ କିଛି ଦିନ ହେଲା ବନ୍ଦ ରହିଥିବାରୁ ଗ୍ରାହକ ସେବା ପାଇ ପାରୁନଥିବା ଅଭିଯୋଗ ହେଉଛି । ବିଭିନ୍ନ ବ୍ୟାଙ୍କ ଏଟିଏମ୍ ରୁ ଟଙ୍କା ଉଠାଇଲେ ଚାର୍ଜ ଦେବାକୁ ପଡୁଛି । ଏହି ଏଟିମ୍ ପୂର୍ବରୁ ଗ୍ରାହକଙ୍କୁ ସେବା ଯୋଗାଇ ଆସୁଥିଲା । ବର୍ତ୍ତମାନ ଏହି ଏଟିଏମ୍ ବନ୍ଦ ହୋଇ ଯିବାରୁ ଗ୍ରାହକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡିଲେ ଗ୍ରାହକ ମାନେ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ