ପାରଳାରେ ପ୍ରଫେସର ଅମୂଲ୍ଯ କୁମାର ପଣ୍ଡାଙ୍କ ବିୟୋଗରେ ଶୋକସଭା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତ ୨୯ ତାରିଖ ଅପରାହ୍ନରେ ସ୍ଥାନୀୟ ଭୂବନେଶ୍ଵରସ୍ଥିତ ଚନ୍ଦ୍ରଶେଖରପୁର ବାସଭବନରେ ପ୍ରଫେସର ଡ. ଅମୂଲ୍ଯ କୁମାର ପଣ୍ଡା ପରଲୋକ ଗମନ କଲେ। ତାଂକର ଅକାଳ ବିୟୋଗରେ ସ୍ଥାନୀୟ ମହେନ୍ଦ୍ରଗିରି(ପୌର) ଉଚ୍ଚ ବିଦ୍ୟାଳୟ ଠାରେ ଏକ ଶୋକସଭା କରାଯାଇଥିଲା।ସମାଜସେବୀ ଭାଗବତ ପାଢୀଙ୍କ ସଭାପତିତ୍ୱରେ ଏହି ଦୁଃଖଦ ସମାବେଶରେ ଅନ୍ୟମାନଂକ ମଧ୍ୟରେ ପୂର୍ବତନ ପ୍ରଶାସକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ତଥା କ୍ରୁଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ବିନୋଦ ଚନ୍ଦ୍ର ଜେନା, ସୁଭାସ ଚନ୍ଦ୍ର ଜମାଦାର,ବିଚିତ୍ରାନନ୍ଦ ବେବର୍ତ୍ତା, ଭାରତ ଭୂଷଣ ମହାନ୍ତି, ଆଶାଲତା ପାଣିଗ୍ରାହୀ, ରାମନାଥ ପାଣିଗ୍ରାହୀ, ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ, ତ୍ରିପତି ପ୍ରସାଦ ପଣ୍ଡା, ସୂର୍ଯ୍ୟନାରାୟଣ ରାଜଗୁରୁ, ସଚ୍ଚିଦାନନ୍ଦ ସାମଲ, ଅଶ୍ୱିନୀ କୁମାର ପାଢୀ,ଗୋପିନାଥ ପାଢୀ,ଶରତ ଚନ୍ଦ୍ର ସାହୁ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଶିକ୍ଷକ ରାମଶଙ୍କର ଗନ୍ତାୟତ ପ୍ରମୁଖ ନିଜ ଅଭିଭାଷଣରେ ଦିବଂଗତ ପଣ୍ଡାଙ୍କ ଗଜପତି ମହାବିଦ୍ୟାଳୟରେ ପବିତ୍ର ଗୁରୁ-ଛାତ୍ର ସମ୍ପର୍କ ତଥା ନିଜର ଶ୍ରୁଂଖଳା ଗ୍ୟାନ ଦ୍ୱାରା ଅନେକ ମେଧାବୀ ଛାତ୍ରଛାତ୍ରୀ ଆଜି ସମାଜରେ ପ୍ରତିଷ୍ଠା ଲାଭ କରିପାରିଛନ୍ତି ତାହା ବ୍ୟକ୍ତ କରିଥିଲେ।ଏହି ମହାବିଦ୍ୟାଳୟରେ ଅଧ୍ୟାପକ ତଥା ପରବର୍ତ୍ତୀ ସମୟରେ ପ୍ରାଧ୍ୟାପକ ହୋଇଥିଲେ। ପରବର୍ତ୍ତୀ ସମୟରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଦବୀରେ ରହି ଅବସର ଗ୍ରହଣ କରିଥିଲେ। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ତାଂକରି ଲେଖନୀମୂନ ବନ୍ଦ ହୋଇନଥିଲା। ବିଭିନ୍ନ ପତ୍ରପତ୍ରିକାରେ ତାଂକରି ଲେଖା ପ୍ରକାଶିତ ହୋଇଥିଲା। ଉପସ୍ଥିତ ବକ୍ତାମାନେ ସ୍ୱର୍ଗତ ଆତ୍ମାଙ୍କପାଇଁ ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।