ପାରଳାରେ ପ୍ରସିଦ୍ଧ ଦୋଳତ୍ସବ ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଦୋଳବନ୍ଧ ନିକଟରେ ସ୍ଥାନୀୟ ଦୋଳବନ୍ଧ ଉନ୍ନୟନ କମିଟି ପକ୍ଷରୁ ପ୍ରସିଦ୍ଧ ଦୋଳଉତ୍ସବ ଗତ ୫ତାରିଖ ସଂଧ୍ୟାରୁ ଆରମ୍ଭ ହୋଇଯାଇଛି । ଏହି ଉତ୍ସବ ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ୬ଦିନ ବ୍ୟାପୀ ଚାଲୁରହିବ । ପାରଳାଖେମୁଣ୍ଡିର ଏହି ପ୍ରସିଦ୍ଧ ଏବଂ ପୁରାତନ ଦୋଳଯାତ୍ରାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଯୋଗ ଦେଉଥିବାର ଦେଖିବାକୁ ମିଳିଛି । ସେହିପରି ଏହି ଉତ୍ସବରେ ନିମନ୍ତେ ବିଭିନ୍ନ ଅସ୍ଥାୟୀ ଷ୍ଟଲମାନ ଖୋଲାଯାଇଛି । ଦୋଳପୂର୍ଣ୍ଣମୀ ଦିନ ଠାକୁରମାନଙ୍କ ମେଲଣ ଉତ୍ସବ,ହୋଲି ଉତ୍ସବର ସଂଧ୍ୟାରେ ରାଧାକୃଷ୍ଣଙ୍କ ବେଶ ପ୍ରତିଯୋଗୀତା ଏବଂ ଶେଷଦିନରେ ମଗାପୋଡି ହେବ ବୋଲି ସ୍ଥିର ହୋଇଛି । ପ୍ରତିସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ବେଶ ଆକର୍ଷଣୀୟ ଭାବେ ପ୍ରଦର୍ଶୀତ ହେଉଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ଦୋଳ ଉତ୍ସବ କମିଟିର ବିନୋଦଚନ୍ଦ୍ର ଜେନା,ହରିମୋହନ ପଟ୍ଟନାୟକ, ବିଚିତ୍ରାନନ୍ଦ ବେବର୍ତ୍ତା, ଦେବେନ୍ଦ୍ର ମିଶ୍ର, ମଙ୍ଗଳା ପଟ୍ଟନାୟକ, ମନମୋହନ ରାଜଗୁରୁ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ସଦସ୍ୟମାନେ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ