ପାରଳାରେ ବିଜେଡିର ସ୍ଥିତି ଦୁର୍ବଳ ହେବାରେ ଲାଗିଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡିର ସ୍ଥିତି ଦିନକୁ ଦିନ ଦୁର୍ବଳ ହୋଇପଡ଼ୁଥିବା ଲକ୍ଷ୍ୟ କରାଯାଇଛି. ଦୀର୍ଘ ବର୍ଷ ଧରି ବିଜେଡିରେ ରହି ଆସୁଥିବା ବହୁ ସଂଖ୍ୟକ ନେତା ଓ କର୍ମୀ ମୋଦିଙ୍କ ସୁଶାସନ ଓ ପାରଳା ବିଧାୟକଙ୍କ ଆଦାସ୍ରରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି. ଏଠାରେ ସୂଚନାଯୋଗ୍ୟଯେ ଗତକାଲି, ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି କାର‌୍ୟ୍ୟାଳୟ ଠାରେ ଗଜପତି ଜିଲ୍ଲାର ଉଭୟ କାଶୀନଗର ଓ ଗୋଷାଣୀ ବ୍ଲକର ବହୁ ସଂଖ୍ୟା ରେ ବିଜେଡିର ନେତା ଓ କର୍ମୀ ମାନେ ବିଜେପି ରେ ସାମିଲ ହୋଇଛନ୍ତି । ସେମାନେ ହେଲେ ଗୋଷାଣୀ ବ୍ଳକ ମଧୁସୂଦନପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ତ୍ରିଲୋଚନ ପଣ୍ଡା , ଉପଲଡ଼ା ସମିତିସଭ୍ୟ ବଲା.ଧନଞ୍ଜୟ , ଜି.ମୁରଲୀ କ୍ରିଷ୍ଣା, କାଶୀନଗର ବ୍ଲକ୍ ର ବରିଷ୍ଠ ବିଜେଡି ନେତା ରକମ ରାମ ପ୍ରସାଦ ଙ୍କ ସହ ପ୍ରମୁଖ ପ୍ରାୟ ୧୫୦ ନେତା ଓ କର୍ମୀ ପାରଳାଖେମୁଣ୍ଡି ବିଧାୟକ ତଥା ଗଜପତି ଜିଲ୍ଲା ବିଜେପି ସଭାପତି କେ.ନାରାୟଣ ରାଓ ଙ୍କ ସହ ବରିଷ୍ଠ ରାଜ୍ୟ ସ୍ତରୀୟ ନେତା ପୂର୍ବତନ ସଭାପତି ସମୀର ମହାନ୍ତି ଙ୍କ ଉପସ୍ଥିତି ବିଜେପି ରେ ସାମିଲ ହେଲେ । ନରେନ୍ଦ୍ର ମୋଦୀ ଙ୍କ ସ୍ଵଛ ଶାସନ ଓ ନିର୍ମଳ ଭାବମୂର୍ତ୍ତି ତଥା ଜନାଭିମୁଖୀ ଯୋଜନା ଓ ପାରଳା ବିଧାୟକଙ୍କ ପ୍ରତି ଆକର୍ଷିତ ହୋଇ ଆଜି ବିଜେପିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି । ଆଜି ବିଜେପିର ଏହି ମିଶ୍ରଣପର୍ବ ପରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ରାଜନୀତି ମହଲ ରେ ନୂତନ ସମୀକରଣ ଦେଖାଯିବାର ଆଶଙ୍କା ରହିଛି, କାରଣ ଉଭୟେ ବ୍ଳକ ରେ ବିଧାୟକ ଙ୍କ ନିଜସ୍ଵ ଭୋଟ ରହିଥିବା ବେଳେ ଏବେ ଆହୁରି ଶକ୍ତି ବୃଦ୍ଧି ହେବା ସ୍ପଷ୍ଟ ଭାବରେ ଦିଶୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ