ପାରଳାରେ ବିଜେପିର ଶକ୍ତି ବୃଦ୍ଧି ହେବାରେ ଲାଗିଛି

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ବିଧାନସଭା ଆସନରେ ଦିନକୁ ଦିନ ବିଜେପିର ଶକ୍ତି ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି. ବିଜେଡି ଦଳର ବହୁ ସିନିଅର ନେତା ସେମାନଙ୍କ ସମର୍ଥକମାନଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି. ଏମାନେ ହେଲେ ଡି. ପ୍ରଧାନ, ବାପି ପ୍ରଧାନ, ପ୍ରଭାକର ବାରିକ, ଯୋଗେନ୍ଦ୍ର ନାୟକ, ଗଣପତି ସ୍ୱାଇଁ, ହେମନ୍ତ ବିଶ୍ୱାଳ, ଦୁର୍ଗା ପ୍ରସାଦ ବାରିକ, ଦାଶରଥି ପ୍ରଧାନ ପ୍ରମୁଖ ବହୁ ନେତା ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି. ଏମାନେ ସମସ୍ତେ ପାରଳା ବିଧାନସଭା ଆସନର କତଲକଇଠା ଗ୍ରାମ ପଞ୍ଚାୟତର ଯାଜପୁର ଗ୍ରାମର ଅଟନ୍ତି. ବିଜେପିରେ ଏହି ନେତାମାନେ ସାମିଲ ହେବାପରେ କହିଛନ୍ତି ବର୍ତ୍ତମାନ ବିଜେଡିର ପତ୍ତନ ହେବାକୁ ଯାଉଛି. ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ପ୍ରବଳ ଜନମତ ରହିଛି.ଏଥିସହ ମୋଦିଙ୍କ ବିକାଶରେ ସାମିଲ ହୋଇ ଲୋକଙ୍କ ସମସ୍ୟା ଓ ଅଞ୍ଚଳର ଉନ୍ନତି ପାଇଁ ବିଜେଡି ଛାଡି ବିଜେପିରେ ଯୋଗ ଦେଲୁ. ପାରଳା ବିଧାୟକ ତଥା ବିଜେପିର ପ୍ରାର୍ଥୀ କେ. ନାରାୟଣ ରାଓ ଏମାନଙ୍କୁ ସ୍ୱାଗତ ଜଣାଇ ବିଜେପି ଦଳରେ ସାମିଲ କରିବା ସହ ଏମାନଙ୍କ ଯୋଗଦାନ ବିଜେପି ଦଳକୁ ଆହୁରି ଅଧିକ ଶକ୍ତିଶାଳୀ କରିପାରିଛି ବୋଲି ମତ ପ୍ରକାଶ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ