ପାରଳାରେ ଭାଗବତ ପାରାୟଣ ସପ୍ତାହ ଉଦ୍ଯାପିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସ୍ଥିତ ରେଳଷ୍ଟେସନ ନିକଟରେ ଥିବା ହନୁମାନ ମନ୍ଦିର ପରିସରରେ ଭାଗବତ ପାରାୟଣ ସପ୍ତାହ ଉଦ୍ଯାପିତ ବା ପୂର୍ଣ୍ଣହୁତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗତ ଶୁକ୍ରବାର ଦିନ ଆରମ୍ଭ ହୋଇଥିବାବେଳେ ଏଥିରେ ବହୁ ସଂଖ୍ୟକ ଭକ୍ତ ବା ଶ୍ରଦ୍ଧାଳୁ ଯୋଗଦେଇଥିଲେ । ଏହି ସାପ୍ତାହ ବ୍ୟାପୀ ହୋଇଥିବା କାର୍ଯ୍ୟକ୍ରମରେ ସତ୍ୟନାରାୟଣ ସାହୁ ହରି କୀର୍ତ୍ତନରେ ସହଯୋଗ କରିଥିବା ବେଳେ ଓଡିଆ ଭଣ୍ଡାରୀ ସାହିର ଅନୁସୟା ମାତା (ଅନିତା ମିଶ୍ର) ପ୍ରମୁଖ ଯୋଗଦେଇ ଭଗବତ ପାରାୟଣ ଓ ପ୍ରବଚନ ପ୍ରଦାନ କରୁଥିଲେ । ଗତକାଲି ଉଦ୍ଯାପନୀ ଦିବସ ଅବସରରେ ସ୍ୱାଧୀ ଅନୁସୟା ମାତାଙ୍କ ମାଁ ସରସ୍ୱତୀ ଦେବୀଙ୍କ ମାସିକ ତିରୋଧାନର ଦିବସ ପାଳନ ପୂର୍ବକ ସମସ୍ତଙ୍କୁ ଅନ୍ନ ପ୍ରସାଦ ସେବନ ସହ ରିତି ନୀତି ଅନୁଯାୟୀ ଉପହାର ପ୍ରଦାନ କରିଥିବାର ଜଣାପଡିଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ହନୁମାନ ମନ୍ଦିରର ପରିଚାଳନା କମିଟି ସହଯୋଗ କରିଥିଲେ ।