ପାରଳାରେ ଭୋଟ ଗଣନା ପାଇଁ ରିଟଣ୍ଡିଂ ଅଫିସରଙ୍କ ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବିଧାନସଭା ଆସନରେ ଜୁନ ୪ତାରିଖରେ ଭୋଟ ଗଣତି ହେବ. ଏଥିପାଇଁ ରିଟଣ୍ଡିଂ ଅଫିସରଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି. ପାରଳାଖେମୁଣ୍ଡି ବିଧାନସଭା ଆସନରେ ଜେନେରାଲ ଏଜେଣ୍ଟଙ୍କ ବୈଠକ ଅନୁଷ୍ଠିତ ହେବା ସହ ମତଗଣନା ସକାଶେ ରିଟଣ୍ଟି ଅଫିସର ଉପଜିଲ୍ଲାପାଳ ଅନୁପ ପଣ୍ଡାଙ୍କ ଅଧ୍ଯକ୍ଷତାରେ ବୈଠକ ହୋଇଥିଲା। ଏଥିରେ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ବିଭିନ୍ନ ରାଜନୈତିକ ଦଳ ପ୍ରାର୍ଥୀଙ୍କ ସମେତ ସ୍ବାଧୀନ ପ୍ରାର୍ଥୀ ଓ ସେମାନଙ୍କର ଉପସ୍ଥିତ ଥିଲେ। ଜୁନ୍ ୪ ତାରିଖରେ ହେବାକୁ ଥିବା ମତଗଣନା ନିମନ୍ତେ ନିର୍ବାଚନ କମିଶନରଙ୍କ ତରଫରୁ ଜାରି କରାଯାଇଥିବା ବିଭିନ୍ନ ମାର୍ଗଦର୍ଶିକା ବିଷୟରେ ଉପସ୍ଥିତ ପ୍ରାର୍ଥୀ ଏବଂ ସେମାନଙ୍କ ଏଜେଣ୍ଟ୍ଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଥିଲା I ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଜେଡି ପ୍ରାର୍ଥୀ ଇଂ ରୂପେଶ କୁମାର ପାଣିଗ୍ରାହୀ, ଅଲ୍ଇଣ୍ଡିଆ ଫୱାର୍ଡ ବ୍ଲକ ପ୍ରାର୍ଥୀ ପାଇଲା ମୂରଲୀ କ୍ରିଷ୍ଣା, ବିଜେପି ପ୍ରାର୍ଥୀଙ୍କ ଜେନେରେଲ ଏଜେଣ୍ଟ ଏମ୍. ପୃଥ୍ବୀରାଜ, କଂଗ୍ରେସ ପ୍ରାର୍ଥୀଙ୍କ ଜେନେରାଲ ଏଜେଣ୍ଟ ବସନ୍ତ କୁମାର ପଣ୍ଡାଙ୍କ ସମେତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ଅଧିକାରୀ ଉପସ୍ଥିତ ଥିଲେ।