ପାରଳାରେ ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ଶାସ୍ତ୍ରୀୟ ସଙ୍ଗୀତ ଆସର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠ ପରିସରରେ ଡ. ଧନନ୍ଦା କାନ୍ତ ମିଶ୍ରଙ୍କ ପ୍ରେରଣାରେ ଏବଂ ଓଡିଶୀ ସଙ୍ଗୀତ ଗୁରୁ ରଘୁନାଥ ପାତ୍ରଙ୍କ ଦ୍ୱାରା ଆୟୋଜିତ ଏକ ହିନ୍ଦୁସ୍ଥନୀ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତର ପ୍ରସିଦ୍ଧ ଯୁବ ଧୃପଦ ଗାୟକ ମୁକୁନ୍ଦ ଦେବ ଓ ବିଶିଷ୍ଟ ପୋଖୋଜ ବାଦକ ନିଶାନ୍ତ ସିଂହ ଯୋଗଦେଇ ମନୁଷ୍ୟ ଉପରେ ଶ।।ସ୍ତ୍ରୀୟ ସଙ୍ଗୀତରେ ସକରାତ୍ମକ ପ୍ରଭାବ କିପରି ଭାବେ ପଡିଥାଏ ଓ ଏହାର ଆବଶ୍ୟକତା ଉପରେ ବୁଝାଇଥିଲେ । ପରେ ଦେଢ ଘଣ୍ଟା ସମୟ ଧରି ଶାସ୍ତ୍ରୀୟ ଶୈଳୀରେ ଧୃପଦ ଗାୟନ କରିଥିଲେ । ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଦେବୀ ମଠ ମହନ୍ତ ମହାରାଜା ରାମାନନ୍ଦ ଦାସଜୀ, ନୀଳମାଧବ ଚରତି, ସରୋଜ ପଣ୍ଡା, ବିଚିତ୍ରାନନ୍ଦ ବେବର୍ତ୍ତା, ଗଣେଶ ରାଜୁ, ଭଜଗୋବିନ୍ଦ ପାତ୍ର, ତନୁଜା ଶତପଥି, ବିନୋଦ ଚନ୍ଦ୍ର ଜେନା, ହରିହର ପଟ୍ଟନାୟକ, କୈଳାସ ପଟ୍ଟନାୟକ, ନରସିଂହ ପଟ୍ଟନାୟକ, ମୂରଲୀଧର ପରିଛା, ନୃସିଂହ ପ୍ରସାଦ ଚରତି, ଆଶୁତୋଷ ମିଶ୍ର, କୁନାବାବୁ ହଳଧର, ପ୍ରଶାନ୍ତ ପଟ୍ଟନାୟକଙ୍କ ସମେତ ପାରଳାର ବହୁ ବୁଦ୍ଧିଜୀବୀ ଉପସ୍ଥିତଥିଲେ ।


