ପାରଳାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣରେ ଭକ୍ତଙ୍କ ସହାୟତର ହାତ ବଢ଼ି ଚାଲିଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିରର ନିର୍ମାଣ କାର୍ୟ୍ୟ ଆଗେଇ ଚାଲିଛି. ଏନେଇ ଗଜପତି ଜିଲ୍ଲା ସମେତ ସମଗ୍ର ଓଡିଶାର ବିଭିନ୍ନ ଅଞ୍ଚଳର ଭକ୍ତଙ୍କ ସହ ପଡୋଶୀ ଆନ୍ଧ୍ର ପ୍ରଦେଶର ବହୁ ଭକ୍ତ ମଧ୍ୟ ନୂତନ ମନ୍ଦିର ନିର୍ମାଣ ପାଇଁ ସହାୟତାର ହାତ ବଢ଼ାଇ ନିଜ ନିଜକୁ ମନ୍ଦିର ନିର୍ମାଣରେ ସାମିଲ କରିପାରିଛନ୍ତି. ଶ୍ରୀଜଗନ୍ନାଥଙ୍କ ଭକ୍ତ ତଥା ପାରଳାଖେମୁଣ୍ଡି ସହରର ସୁବାଷ ଚନ୍ଦ୍ର ପରିହାରୀ ୨୩ ହଜାର, ସୁରେନ୍ଦ୍ର ପାଢ଼ୀ ୧୧୧୨୧, ଦୁର୍ଗା ପ୍ରସାଦ ପାତ୍ର ୧୦୧୦୧, ଭୁବନେଶ୍ୱରୀ ବେଗରାୟ ୧୦ ହଜାର ଟଙ୍କା ପ୍ରଦାନ କରି ଏହି ୪ ଜଣ ମନ୍ଦିର ନିର୍ମାଣ କାର୍ୟ୍ୟରେ ସହଭାଗୀ ହୋଇଛନ୍ତି. ମନ୍ଦିର ନିର୍ମାଣ କମିଟି ତରଫରୁ ଭକ୍ତ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସମେତ କମିଟି ଅନ୍ୟ କମିଟି ସଭ୍ୟମାନେ ମନ୍ଦିର ନିର୍ମାଣରେ ସହାଭାଗୀ ହୋଇଥିବା ୪ ପରିବାରଙ୍କୁ ସାଧୁବାଦ ଜଣାଇଛନ୍ତି.


