ପାରଳାରେ ସଡକ ସୁରକ୍ଷା ଓ ଗ୍ରାମ ପରିମଳ ସଚେତନତା ପାଇଁ ଶୋଭାଯାତ୍ରା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଉପକଣ୍ଟ ଫରେଷ୍ଟ ଗେଟ ନିକଟରୁ ଯାଜପୁର ଗ୍ରାମ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ପଲି ଟେକ୍ନିକାଲ କଲେଜ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ଅନୁଷ୍ଟିତ ହୋଇଥିଲା। ରାଜ୍ୟ ସରକାରଙ୍କ ନୂଆ ସବୁଜ ଓଡ଼ିଶା ତଥା”ନବୀନ ଓଡ଼ିଶା”କାର୍ଯ୍ୟକ୍ରମ ଅନୁଯାୟୀ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କଥଲ କଇଥା ପଞ୍ଚାୟତର ସରପଞ୍ଚ ଏସ ଲିଙ୍ଗରାଜ ଯୋଗ ଦେଇଥିବା ବେଳେ ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ସୁରେନ୍ଦ୍ର କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭ ଆରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ଯାଜପୁର ଗ୍ରାମ ପର୍ଯ୍ୟନ୍ତ ପରିକ୍ରମାଲୋକ ମାନଙ୍କୁ ସଡକ ସୁରକ୍ଷା ଓ ଗ୍ରାମ ପରିମଳ ଉପରେ ସଚେତନ କରିଥିଲେ। ଏଥିରେ ୧୦୦ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷ ଅନିଲ କୁମାର ପାତ୍ର ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।