ପାରଳାରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଶିକ୍ଷା ବିକାଶ ସମିତି, ଓଡ଼ିଶା ଙ୍କ ଯୋଜନା କ୍ରମେ ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ତିନି ଦିନ ଧରି ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟଶାଳାରେ ଜିଲ୍ଲାର ଛଅଟି ଶିଶୁ ମନ୍ଦିରର ମୋଟ ୪୯ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ. ଏଇ କାର୍ଯ୍ୟଶାଳାର ଶୁଭ ଉଦ୍ଘାଟନ ପୂଜ୍ୟ ରାମାନନ୍ଦଜୀଙ୍କ ଦ୍ବାରା ହୋଇଥିଲା ବେଳେ ସମାରୋପ ଉତ୍ସବରେ ଶ୍ରୀ ପ୍ରସାଦ ନାୟକ ମୁଖ୍ୟ ଅତିଥି ରୂପେ ଗୌରାଙ୍ଗ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଡ:ଶଙ୍କର ପ୍ରସାଦ ବକ୍ସି, ଆଶାଲତା ପାଣିଗ୍ରାହୀ, ସୁଷମା ଦାଶ, ଜନ୍ମଜୟ ସାହୁ, ହରିମୋହନ ପଟ୍ଟନାୟକ ଇତ୍ୟାଦି ପ୍ରଶିକ୍ଷଣ ଶିବିର ରେ ଉପସ୍ଥିତ ରହିଥିଲେ । ଶିଶୁବାଟିକା ସଂଯୋଜକ ଅରୁଣ କୁମାର ବାଗ, ସଂକୁଳ ପ୍ରମୁଖ ରାଜେନ୍ଦ୍ର କୁମାର ପଢ଼ିଆରୀ ଓ ସଂକୁଳ ସଂଯୋଜକ ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ମାର୍ଗଦର୍ଶନରେ ପ୍ରଶିକ୍ଷଣ ଟି ପରିଚାଳିତ ହୋଇଥିଲା ।