ପାରଳାରେ ୧୧ତମ ଜାତୀୟ ଭୋଟର ଦିବସ ପାଳିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁ “ମତଦାତାଙ୍କ ସଂକଳ୍ପ” ପତ୍ରକୁ ଉପସ୍ଥିତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଏବଂ ଛାତ୍ରୀମାନଙ୍କୁ ପାଠ କରାଇଥିଲେ । ସେହିଭଳି ସେବା ଯୋଜନା ଅଧିକାରୀଣୀ ଡ.ଭାରତୀ ପାଣିଗ୍ରାହୀ ମଧ୍ୟ ଜାତୀୟ ଭୋଟର ଦିବସର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ଯୁବ ରେଡ୍‌କ୍ରସ୍ ସଂଯୋଜିକା ଅଧ୍ୟାପିକା ମଧୁସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ ପାତ୍ର ,ଏଲ୍‌.ଦୁର୍ଯୋଧନ,ଏଲ୍‌.ଅଶୋକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ