ପାରଳାରେ ୩୭ତମ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ସହରରଏକ ମାତ୍ର ଗଜଲକ୍ଷ୍ମୀ ପୂଜା ଓଡିଆ ଭଣ୍ଡାରୀ ସାହି ଛକ ଠାରେ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି । ଅନୁଷ୍ଠିତ ହେଉଥିବା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ୩୭ତମ ପୂଜା ପବିତ୍ର କୁମାର ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇଛି । ଏହି ପୂରାତନ ଗଜଲକ୍ଷ୍ମୀ ପୂଜା ପୂର୍ବ ବର୍ଷ ଭଳି କୋଭିଡ୍‌-୧୯ କଟକଣାର ସହ ନିରାଡମ୍ବରରେ ପାଳିତ ହେଉଛି । ପ୍ରତିବର୍ଷଭଳି ଚଳିତ ବର୍ଷ ମଧ୍ୟ ଏଠାରେ ଅନ୍ନସେବା, ଦୀପଦାନ ଉତ୍ସବ, ଶଙ୍ଖା ସିନ୍ଦୁର ଦାନ, ମାଁଙ୍କ ପୂଜିତ ପାଟ ଶାଢି ଦାନ ଇତ୍ୟାଦି ସମ୍ପୂର୍ଣ୍ଣ ରିତୀ ନିତୀ ଅନୁସାରେ କୋଭିଡ୍ ନିୟମ ମୁତାବକ ଅନୁଷ୍ଠିତ ହେବ । ତେବେ ବିଗତ ଦୁଇବର୍ଷ ପୂର୍ବେ ଏଠାରେ ବହୁ ଆଡମ୍ବର ତଥା ଜାକଜମକରେ ପ୍ରତି ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଆଲୋକ ସଜା ଆଦି ସହ ହେଉଥିଲା । ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଲାଗୁ ହୋଇଥିବାରୁ ନିରାଡମ୍ବରରେ ସରକାର ତଥା ଜିଲ୍ଲା ପ୍ରଶାସନର କୋଭିଡ୍ ନିର୍ଦ୍ଦେଶ ମୁତାବକ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ମା ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପକୁ ଭକ୍ତ ବା ଶ୍ରଦ୍ଧାଳୁମାନେ ଦର୍ଶନ ଲାଗି ଗଲେ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା କରିବା ଆଦି ତଥା ଜିଲ୍ଲାପ୍ରଶାସନର କୋଭିଡ୍ ନିୟମ ପାଳନ ପୂର୍ବକ ଆସିବାପାଇଁ ପୂଜା କମିଟି ପକ୍ଷରୁ ଭକ୍ତ ବା ଶ୍ରଦ୍ଧାଳୁଙ୍କୁ ନିବେଦନ କରାଯାଇଛି । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ପୂଜା କମିଟିର ବିଭୂତି ଭୂଷଣ ବେହେରା, ବାବୁଲା ଜେନା, ପ୍ରସାଦ ଗୌଡ, ରଘୁ ପାଣିଗ୍ରାହୀ, ପ୍ରଭାତ ପାତ୍ର ପ୍ରମୁଖ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରୁଛନ୍ତି । ଏହି ପୂଜା ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ