ପାରଳାର ନୂତନ ଜଗନ୍ନାଥ ମନ୍ଦିରର ନବୀକରଣ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ଶେଷ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ନିର୍ମାଣ ହେଉଥିବା ନୂତନ ଜଗନ୍ନାଥ ମନ୍ଦିରର ନବୀକରଣ କାର୍ଯ୍ୟର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବାର ଜଣାପଡିଛି । ପାରଳା ରାଜାରାଜୁଡା ଅମଳର ବହୁ ପୁରାତନ ମନ୍ଦିରର ନିର୍ମାଣ ପାଇଁ ପାରଳାଖେମୁଣ୍ଡିର ଯୁବସମାଜସେବୀ ତଥା ଜଗନ୍ନାଥ ଭକ୍ତ ଦୁର୍ଗାମାଧବ ପାଣିଗ୍ରାହୀ ଆଗେଇ ଆସି କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଏଥି ନିମନ୍ତେ ପ୍ରଥମ ପର୍ଯ୍ୟାୟ ତଥା ଫାଉଣ୍ଡେସନ ଲେବଲ ପର୍ଯ୍ୟନ୍ତ ସମାପନ କରିବା ପାଇଁ ପ୍ରସ୍ତୁ ହୋଇ କାର୍ଯ୍ୟ ଆରମ୍ଭ କରିଥିଲେ । ଇତି ମଧ୍ୟରେ ପାରଳାର ବହୁ ଭକ୍ତ ବା ଶ୍ରଦ୍ଧାଳୁ ମାନେ ମଧ୍ୟ ଆର୍ଥିକ ସହାୟତା କରିଥିଲେ । ଶ୍ରୀପାଣିଗ୍ରାହୀ ଏବଂ ଅନ୍ୟାନ୍ୟ ଭକ୍ତଙ୍କ ମିଳିତ ଉଦ୍ୟମରେ ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ଫାଉଣ୍ଡେସନ କାର୍ଯ୍ୟ ସମାପନ ହୋଇଛି । ଫାଉଣ୍ଡେସନ କାର୍ଯ୍ୟର ସମାପ୍ତ ହେବା ସମୟର ଶେଷ ପଥରକୁ ଯୋଡିବା ବେଳେ ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ ଉପସ୍ଥିତଥିଲେ । ଏହି କାର୍ଯ୍ୟ ଚାଲିଥିବା ବେଳେ ସହରର ବହୁ ସଂଖ୍ୟକ ଭକ୍ତ ବା ଶ୍ରଦ୍ଧାଳୁ ମାନେ ଯୋଗଦେଇ କିପରି ଶେଷ ହେବ ସେନେଇ ଦୈନନ୍ଦିନ ଶ୍ରୀଜିଉଙ୍କ ନିକଟରେ ଦୀପ ଧୂପ ଦେଇ ପୂଜାର୍ଚ୍ଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ