ପାରଳାର ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ସହାୟତାର ହାତ ବଢାଇ ଚାଲିଛନ୍ତି ଶ୍ରଦ୍ଧାଳୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମହକୁମା ଠାରେ ଚାଲିଥିବା ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ସହଯୋଗର ହାତବଢାଇ ଚାଲିଛନ୍ତି ଜଗନ୍ନାଥ ପ୍ରେମୀ ବା ଶ୍ରଦ୍ଧାଳୁ । ସୂଚନା ଯୋଗ୍ୟ ଯେ, ଯୁବ ସମାଜସେବୀ ଦୁର୍ଗାମାଧବ ପାଣିଗ୍ରାହୀ ନୂତନ ମନ୍ଦିର ନିର୍ମାଣ ପାଇଁ ଆଗେଇ ଆସି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ଜଣ ଜଣ କରି ଶ୍ରଦ୍ଧାଳୁ ବା ଭକ୍ତ ମାନେ ସହଯୋଗ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ନିର୍ମାଣ କାର୍ଯ୍ୟ ଲାଗି ବ୍ୟବହୃତ ବିଭିନ୍ନ କାମରେ ନିୟୋଜିତ ଶ୍ରମିକଙ୍କ ପାରିଶ୍ରମିକ ଆଦି ପାଇଁ ଲୋକେ ଯାହାର ଯେତିକି ସାମର୍ଥ୍ୟ ଅନୁସାରେ ସ୍ୱଇଚ୍ଛାରେ ପ୍ରଦାନ କରୁଛନ୍ତି । ପବିତ୍ର ଅଁଳା ନବମୀ ଠାରୁ ଏକାଦଶୀ ପର୍ଯ୍ୟନ୍ତ ସହରର ଜଗନ୍ନାଥ ପ୍ରେମୀମାନେ ସହାୟତା ଜାରି ରଖିଛନ୍ତି । ସହରର ବିକାଶ କାର୍ଯୀ ୧ଲକ୍ଷ ୨୧ ହଜାର ଟଙ୍କା, ଗୋପୀ ପାତ୍ର ୪୦ବସ୍ତା ସିମେଣ୍ଟ, ସକୁନ୍ତଳା ତମରା ନଗଦ ୨୦ ହଜାର ଟଙ୍କା, ଅନୁସୟା ପାଣିଗ୍ରାହୀ ୧୦ହଜାର ଟଙ୍କା, କୃଷ୍ଣଚନ୍ଦ୍ର ସାମଲ ୧୦ ହଜାର ଟଙ୍କା, ସରୋଜ କୁମାର ପଣ୍ଡା ୧୦ହଜାର ଟଙ୍କା, କୃଷ୍ଣାକୁମାରୀ ୧୦ହଜାର ଟଙ୍କା, ସାବିତ୍ରୀ ଭୂପତି ୧୦ ହଜାର ଟଙ୍କା ପ୍ରମୁଖ ସହାୟତା କରିଥିବାର ଜଣାପଡିଛି । ସେମାନଙ୍କ ଏହି ବଦାନ୍ୟତାକୁ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ତରଫରୁ ଭକ୍ତ ତଥା ଯୁବ ସମାଜସେବୀ ଦୁର୍ଗାମାଧବ ପାଣିଗ୍ରାହୀ, ରାଜେନ୍ଦ୍ର ବେହେରା ପ୍ରମଖୁ ପ୍ରଶଂସା କରି ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ