ପାରଳାର ପୂର୍ବତନ ବିଧାୟକଙ୍କ ବ୍ୟକ୍ତିଗତ ଜମିରେ ବେଆଇନ ରାସ୍ତା ନିର୍ମାଣ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳଙ୍କୁ ନୋଟିସ
ପାରଳାଖେମୁଣ୍ଡି, -( ତାରିଣୀ ପ୍ରସାଦ ପଣ୍ଡା) ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସ୍ୱର୍ଗତ ତ୍ରିନାଥ ସାହୁଙ୍କ ବ୍ୟକ୍ତିଗତ ଚାଷ ଜମିରେ ବେଆଇନ ଭାବେ ରାସ୍ତା ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି । ଏଥିନେଇ ସ୍ୱର୍ଗତ ତ୍ରିନାଥ ସାହୁଙ୍କ ପରିବାର ବର୍ଗ ତରଫରୁ ମୁଖ୍ୟ ଶାସନ ସଚିବ,ଗଜପତି ଜିଲ୍ଲାପାଳ,ତହସିଲଦାର ପାରଳାଖେମୁଣ୍ଡି,ପୂର୍ତ୍ତ ବିଭାଗର ନିର୍ବାହୀଯନ୍ତ୍ରୀ,ଠିକା ସଂସ୍ଥା କପିଳାସ ଇନ୍ଫ୍ରା ପ୍ରମୁଖଙ୍କୁ ଓକିଲ ନୋଟିସ ଦିଆଯାଇଥିବା ପରିବାର ବର୍ଗ ତରଫରୁ ସୂଚନା ଦିଆଯାଇ କୁହାଯାଇଛି ଯେ ଉଚିତ ନ୍ୟାୟ ପାଇଁ ଏମାନଙ୍କ ବିରୁଦ୍ଧରେ ମକଦ୍ଦମା କରିବା ସହ ନ୍ୟାୟାଳୟର ଆଶ୍ରୟ ନେବୁ । ସୂଚନା ଯୋଗ୍ୟ ଯେ, ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧ ଠାରୁ ରାମଚନ୍ଦ୍ରପୁର ରାସ୍ତା ପର୍ଯ୍ୟନ୍ତ ପାରଳାଖେମୁଣ୍ଡିରୁ ଚାରିଥର ବିଧାୟକ ହୋଇଥିବା ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁଙ୍କ ବ୍ୟକ୍ତିଗତ ଚାଷ ଜମିରେ ବେଆଇନ ଭାବେ ରାସ୍ତା ନିର୍ମାଣ କାର୍ଯ୍ୟ ଗତ ୧୫ଦିନରୁ ଉର୍ଦ୍ଧ ହେଲା ଚାଲୁ ରହିଥିବା ସ୍ୱର୍ଗତ ସାହୁଙ୍କ ବଡ ଝିଅ ମୀନାକ୍ଷୀ ସାହୁ, ପୁଅ କୁନା କୁମାର ସାହୁ ଓ ମନୋଜ ସାହୁ ଅଭିଯୋଗ କରିଛନ୍ତି । ଏହି ବେଆଇନ ରାସ୍ତା ନିର୍ମାଣ ଦ୍ୱାରା ନିର୍ମାଣଧୀନ ରାସ୍ତାର ଉଭୟ ପାଶ୍ୱର୍ରେ ରହିଥିବା ବ୍ୟକ୍ତିଗତ ଚାଷ ଜମି ଦଖତ ଦ୍ୱାରା ବହୁ ପରିମାଣରେ ଚାଷ ଜମି ନଷ୍ଟି ହେବାକୁ ଯାଉଛି । ତେଣୁ ପ୍ରଥମେ ଆମ୍ଭେମାନେ ଗଜପତି ଜିଲ୍ଲାପାଳଙ୍କୁ ଗତ ୧୭ ତାରିଖ ଦିନ ସାକ୍ଷାତ କରି ବେଆଇନ ରାସ୍ତା ନିର୍ମଣକୁ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ । ତଥାପି ତାଙ୍କର ବ୍ୟକ୍ତିଗତ ଚାଷ ଜମିରେ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ନ କରାଯାଇ ନାହିଁ ବୋଲି ଏମାନେ ଅଭିଯୋଗ କରି କହିଛନ୍ତି,ପ୍ରତ୍ୟେକ ଦିନ ରାତ୍ରରେ ଚାଷ ଜମିରୁ ମାଟି ଖୋଳାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରଖାଯାଇଛି । ଏହାକୁ ବିରୋଧ କରି ଗଜପତି ଜିଲ୍ଲାପାଳ ତହସିଲଦାର ପାରଳାଖେମୁଣ୍ଡି, ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ବିଭାଗର ନିର୍ବାହୀଯନ୍ତ୍ରୀ ଓ ଠିକା କମ୍ପାନୀର ମୁଖ୍ୟ ପ୍ରମୁଖଙ୍କୁ ଓକିଲ ନୋଟିସ ଦିଆଗଲା ଏ ସବୁ ସତ୍ୱେ ରାସ୍ତା ନିର୍ମାଣ କାର୍ଯ୍ୟ ସେପରି ଭାବେ ଚାଲୁରହିଥିବା ଏମାନେ ଅଭିଯୋଗ କରି ଉଚିତ ନ୍ୟାୟ ପାଇଁ ଏମାନଙ୍କ ବିରୁଦ୍ଧରେ ମକଦ୍ଦମା କରିବା ସହ ନ୍ୟାୟାଳୟରେ ଆଶ୍ରୟ ନେବାକୁ ବାଧ୍ୟ ହେବୁ ।