ପାରଳାର ପୋଲିସ୍ର ଫ୍ଲାଗମାର୍ଚ୍ଚ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଏସପି ସ୍ବାତୀ ଏସ କୁମାରଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ପୋଲିସ ତରଫରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ଏହି ଫ୍ଲାଗ ମାର୍ଚ୍ଚ ପାରଳା ସହରର ହାଇସ୍କୁଲ ଛକ ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା. ଏଥିରେ 3 ପ୍ଲାଟୁନ ପୋଲିସ ଯୋଗ ଦେଇଥିଲେ. ଆଗାମୀ ସାଧାରଣ ନିର୍ବାଚନ ମେ ୧୩ ରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ମତଦାତା ଶାନ୍ତିପୂର୍ଣ୍ଣ ଭାବେ ହେବ ଏବଂ ଲୋକେ ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରିବେ ସେଥିପାଇଁ ପୋଲିସ୍ ପ୍ରଶାସନ ସଜାଗ ରହିଛି ନିର୍ବାଚନ ସମୟରେ କୌଣସି ଲୋକ ବିଶୃଙ୍ଖଳା ବା ହିଂସାର ଆଶ୍ରୟ ନିଏ ତା’ହେଲେ ତାଙ୍କ ବିରୋଧରେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାରଳାଖେମୁଣ୍ଡି ଥାନା ଆଇଆଇସି ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି.


