ପାରଳାର ବହୁ ଚର୍ଚ୍ଚିତ କାର ପୋଡି ଘଟଣା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ସାଧାରଣ ବଚସାରୁ ଡ଼୍ରାଇଭରଙ୍କ ମଧ୍ୟରେ ଗଣ୍ଡଗୋଳ ଅନୁମାନ ପରେ ରାଗ ସୁଝାଇବା ପାଇଁ ଏଭଳି କାଣ୍ଡ ଭିଆଇ ଥିବା ପୋଲିସ ଅନୁମାନ କରୁଛି ଏବଂ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇଛି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ୍ ଯଥା ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଏସଡିପିଓ ରାମକୃଷ୍ଣ ପତି । ତେବେ ସାଧାରଣ ବଚସାରୁ ଏତେବଡ କାଣ୍ଡ ଭିଆଇବା ପାଇଁ ଡ୍ରାଇଭର ମାନେ ସାହାସ କଲେ କେମିତି , ସରକାରି ସ୍ଥାନରେ ଘରୋଇ କାରକୁ ପାର୍କିଂ ପାଇଁ ଅନୁମତି ନଥାଇ ବର୍ଷ ବର୍ଷ ଧରି ପାର୍କିଂ କରାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ କରୁଥିଲେ କଣ , କାହା ଦାୟିତ୍ଵ ରେ ଥିଲା ପାର୍କିଂ ସ୍ଥଳ , ସେଠି ରାତ୍ରି ଜଗୁଆଳି ଥିଲେ କି ନାହିଁ , ଏହି ଘଟଣା ପଛରେ ଆଉ କିଛି କାରଣ ବା ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ହାତ ରହିଛି କି ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ , ତେବେ ଘଟଣାର ତଦନ୍ତ କରି ସତ୍ୟାସତ୍ୟ ବାହାର କରୁଛି ନାଁ ପୁର୍ବ ମାମଲା ତଦନ୍ତ ନାମରେ ଦିନ ଗଡାଇ ଚାଲିବ ପୋଲିସ ତାହା ସମୟ କହିବ |