ପାରଳାର ବହୁ ପୁରାତନ ଦୋଳବନ୍ଧ ସଫେଇ ଦାବି କରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ୱାର୍ଡ଼ ନଂ ୧୫ ଅଧୀନରେ ଥିବା ଦୋଳ ବନ୍ଧର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଦୋଳବନ୍ଧ ଉନ୍ନୟନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ କ ଦାବିପତ୍ର ପ୍ରଦାନ କରାଯାଇଛି। ଇଛି। ଏହି କମିଟି ୨୦୦୩ ମସିହାରୁ ବନ୍ଧର ସଫାସୁତରା ସହ ୨୦୧୮ ପର୍ଯ୍ୟନ୍ତ ବନ୍ଧର ରକ୍ଷଣାବେକ୍ଷଣ ଦାୟିତ୍ବ ତୁଲାଇ ଆସୁଥିଲା | ପରବର୍ତ୍ତୀ ସମୟରେ ଉନ୍ନୟନ ପୌର ପରିଷଦ ପକ୍ଷରୁ ଅଣଦେଖା କରାଯିବା ସହ କୌଣସି କାର୍ଯ୍ୟରେ ସାମିଲ କରା ନଯାଇ ସମ୍ପୂର୍ଣ୍ଣ ଭାବେଦୂରେଇ ଦିଆଗଲା | ତେବେ, ପୌର ପରିଷଦ ତରଫରୁ ଦୋଳବନ୍ଧର ନବୀକରଣ ଓ ସୌନ୍ଦର୍ଯ୍ୟକରଣ ନାମରେ ବହୁ ଟଙ୍କା ବ୍ୟୟ ପରେ ମଧ୍ୟ ତା’ର ସଠିକ ଉପଯୋଗ ନ ହୋଇପାରିବା ଫଳରେ ବନ୍ଧଟି ବର୍ତ୍ତମାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଗଭୀର ପୋଖରୀଟି ପୋତି ହୋଇ ଜଳ ସଂରକ୍ଷଣ ହୋଇ ପାରୁନାହିଁ। ଅନାବନା ଗଛରେ ବନ୍ଧଟି ପୂରି ଉଠିଲାଣି। ଏଣୁ, ସଠିକ ରକ୍ଷଣାବେକ୍ଷଣ କରାଯିବା ପାଇଁ କମିଟିର ସଦସ୍ୟମାନେ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ବିନୋଦ ଚନ୍ଦ୍ର ଜେନା, କୃଷ୍ଣ ଚନ୍ଦ୍ର ପଣ୍ଡା, ରାଜେନ୍ଦ୍ର ବେହେରାଙ୍କ ସମେତ ଦୋଳବନ୍ଧ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ