ପାରଳା ଆରଏମ୍ଏସକୁ ବ୍ରହ୍ମପୁରରୁ ଫେରାଇ ଆଣିବାକୁ ଓକିଲଙ୍କ ପିଏଲଆଇ ଚେତାବନୀ

ପାରଳାଖେମୁଣ୍ଡି, ୨୯ା୦୯ (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ରେଳ ଡାକ ସେବା(ଆରଏମଏସ) କାର୍ଯ୍ୟାଳୟକୁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି । ଏହି କାର୍ଯ୍ୟାଳୟକୁ ପାରଳାଖେମୁଣ୍ଡିକୁ ଫେରାଇ ନ ଆଣିଲେ ବରିଷ୍ଠ ଓକିଲ ବଟକୃଷ୍ଣ ପାତ୍ର ଜନସ୍ୱାର୍ଥମାମଲା କରିବେ ବୋଲି ଚେତାବନୀ ଦେଇଛନ୍ତି । ସମୁହ ଲୋକଙ୍କ ସ୍ୱାର୍ଥଦୃଷ୍ଟିରୁ ଏହି କାର୍ଯ୍ୟାଳୟକୁ ପାରଳାଖେମୁଣ୍ଡି ଫେରାଇ ଆଣିବା ପାଇଁ ବରିଷ୍ଠ ଓକିଲ ବଟକୃଷ୍ଣ ପାତ୍ର ଓଡିଶାର ଡାକବିଭାଗର ମୁଖ୍ୟଙ୍କୁ ଲିଖିତ ଭାବେ ନିବେଦନ କରିଛନ୍ତି । ଏଥି ସହ ବରିଷ୍ଠ ଓକିଲ ବଟକୃଷ୍ଣ ପାତ୍ର ଭୁବନେଶ୍ୱର ଯାଇ ଆରଏମଏସ କାର୍ଯ୍ୟାଳୟକୁ ପାରଳାଖେମୁଣ୍ଡି ସହରକୁ ଫେରାଇ ଆଣିବା ପାଇଁ ପିଏମଜିଙ୍କ ସହିତ ଆଲୋଚନା କରି ଫେରିଛନ୍ତି । ଲୋକଙ୍କ ସୁବିଧା ପାଇଁ ପାରଳାଖେମୁଣ୍ଡି ଠାରେ ରେଳ ଡାକ ସେବା କାର୍ଯ୍ୟାଳୟ ବହୁ ପୁରାତନ କାଳରୁ ଆରମ୍ଭ ହୋଇ ଚାଲୁଥିଲା । ଏହାକୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରିବା ବିରୁଦ୍ଧରେ ସାଧାରଣଙ୍କ ତରଫରୁ ବହୁବାର ପ୍ରତିବାଦ କରାଯାଇ କାର୍ଯ୍ୟାଳୟକୁ ଫେରାଇ ଆଣ୍ବା ପାଇଁ ଦାବି ହୋଇ ଆସୁଛି । ଡାକ ବିଭାଗର ମୁଖ୍ୟ ଲୋକଙ୍କ ଏହି ଦାବି ନେଇ ଆରଏମଏସ କାର୍ଯ୍ୟାଳୟକୁ ଫେରାଇ ନଆଣିଲେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟାର କରିବି ବୋଲି ବରିଷ୍ଠ ଓକିଲ ବରିଷ୍ଠ ଓକିଲ ବଟକୃଷ୍ଣ ପାତ୍ର ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ