ପାରଳା ଆସନରେ ପୂର୍ବତନ ଆଇଏଏସ, ଆଇନଜୀବୀ, ଇଞ୍ଜିନିଅର ତିନି ଉଚ୍ଚଶିକ୍ଷିତଙ୍କ ମଧ୍ଯରେ ହେବ କଡା ଟକ୍କର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳଖେମୁଣ୍ଡି ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି କଂଗ୍ରେସ ମଧ୍ୟରେ କଡା ଟକ୍କର ହେବା ସୂଚନା ମିଳିଛି. ବିଜେଡି ପକ୍ଷରୁ ଇଞ୍ଜିନିଅର ରୂପେଶ କୁମାର ବିଜେପିରୁ ଆଇନଜୀବୀ କେ. ନାରାୟଣ ରାଓ ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଅବସରପ୍ରାପ୍ତ ଆଇଏଏସ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି. ମୁଖ୍ୟତଃ ଏହି ତିନି ଦଳ ମଧ୍ୟରେ ପ୍ରତିଦ୍ବନ୍ଦିତା ହେବାକୁ ଯାଉଛି। ତ୍ରିମୁଖୀ ପ୍ରତିଦ୍ବନ୍ଦିତା ପାଇଁ ସରଗରମ ହୋଇଛି ମାହୋଲ। ପ୍ରାର୍ଥୀ ଘୋଷଣା ପରେ ୩ ଦଳ ନିଜ ନିଜର ରଣକୌଶଳ ଲାଗି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି I ରାଜନୈତିକ ଚର୍ଚ୍ଚା, ଆଲୋଚନା ତଥା ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସ୍ଥିତିକୁ ନେଇ ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି।ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜେଡି ନୂଆ ଚେହେରାକୁ ପ୍ରାର୍ଥୀ କରିଛି। ରାଜନୀତିରେ ନୂତନ ଭାବେ ପାଦ ଥାପିଥିବା ଇଂ ରୂପେଶ କୁମାର ପାଣିଗ୍ରାହୀଙ୍କୁ ବିଜେଡି ଦଳୀୟ ଭାବେ ଘୋଷଣା କରିଛି।ତାଙ୍କ ବାପା ହାଇଟେକ ଗ୍ରୁପର ଅଧକ୍ଷ ଡଃ ତିରୁପତି ପାଣିଗ୍ରାହୀ ସଫଳ ବ୍ୟବସାୟୀ ଓ ଜଣାଶୁଣା ରାଜନେତା. ନବାଗତ ରୂପେଶ ଇଂଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ତଥା ପାରଳା ବିଧାୟକ କେ. ନାରାଯଣ ରାଓ ଜଣେ ଉଚ୍ଚଶିକ୍ଷିତ ସେ ସ୍ନାତକ ସହ ଆଇନରେ ଡିଗ୍ରୀ ହାସଲ କରି ଜଣେ ଆଇନଜୀବୀ। ସେ ରାଜନୀତିରେ ଜଣେ ପୁରୁଖା ନେତା | କଂଗ୍ରେସ ପ୍ରାର୍ଥୀ ବିଜୟ କୁମାର ପଟ୍ଟନାୟକ ପୂର୍ବତନ ତଥା ତଥା ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଭଳି ଗୁରୁତ୍ବପୂର୍ଣ ପଦରେ ଥିଲେ | ଏଭଳି ୩ଜଣ ଉଚ୍ଚଶିକ୍ଷିତଙ୍କୁ ୩ ପ୍ରମୁଖ ଦଳପ୍ରାର୍ଥୀ କରିଥିବାରୁ ଏମାନଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ରାଜନୀତି ସମୀକ୍ଷକମାନେଆକଳନ କରିଛନ୍ତି । ଅବଶ୍ୟ ପାରଳାଖେମୁଣ୍ଡି ବିଧାନସଭା ଆସନରେ ବିଜେଡିର ସାଂଗଠନିକ ସ୍ଥିତି ସୁଦୃଢ଼ ରହିଛି | ଗତ ପଞ୍ଚାୟତ ନିର୍ବାଚନ ୨୦୨୨ ପରଠାରୁ ବିଜେପି ଏବଂ କଂଗ୍ରେସଠାରୁ ବିଜେଡି ବହୁ ଆଗରେ ରହିଛି। ଏହାର ରାଜନୀତିରେ ନବାଗତ ରୂପେଶଙ୍କୁ ସହାୟ ହେବ ବୋଲି କୁହାଯାଉଛି।ଏକଦା କଂଗ୍ରେସ ଗଡ଼ ଥିବା ପାରଳାଖେମୁଣ୍ଡିରେ ଏବେ ଅଣକଂଗ୍ରେସ ଦଳଙ୍କ ପତିଆରା ବୃଦ୍ଧି ପାଇଛି | ୧୯୯୦ ରେ ଜନତା ଦଳ ପ୍ରାର୍ଥୀ ଏଠାରେ ବିଜୟୀ ହୋଇଥିବା ବେଳେ ୧୯୯୫ରେ ସ୍ବାଧୀନ, ୨୦୦୦ ଏବଂ ୨୦୦୪ରେ କଂଗ୍ରେସ, ୨୦୦୯ ରେ ର ବିଜେଡି, ୨୦୧୪ରେ କଂଗ୍ରେସ ୨୦୧୯ରେ ବିଜେପି ଏହି ଆସନରେ ବିଜୟୀ ହୋଇଥିଲେ। ତେବେ 9099 ଓ ପୌର ନିର୍ବାଚନରେ ବିଜେଡିକୁ ବେଶ୍ ସଫଳତା ମିଳିଥିଲା । ଏହା ପରଠାରୁ ବିଜେଡିର ପ୍ରଭାବ ବୃଦ୍ଧି ପାଇଛି। ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା ୨ଲକ୍ଷ ୧୫ହଜାର ୭୦୬ ରହିଥିବା ବେଳେ ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୬ହଜାର ୨୧୨ ଓ ମହିଳା ଭୋଟର ସଂଖ୍ୟା ୧ଲକ୍ଷ ୯ହଜାର ୪୭୭ । ନିର୍ବାଚନମଣ୍ଡଳୀରେ ଚଳିତ ନିର୍ବାଚନ ପାଇଁ ମୋଟ ୨୭୬ଟି ବୁଥ ଗଠନ କରାଯାଇଛି I ପାରଳା ପାରଳାଖେମୁଣ୍ଡି ବିଧାନସଭା ଆସନ ଗୋଷାଣି, ଗୁମ୍ମା ଏବଂ କାଶୀନଗର ବ୍ଲକ ସମେତ ପାରଳାଖେମୁଣ୍ଡି ପୌରପରିଷଦ ଏବଂ କାଶୀନଗର ଏନ୍ଏସିକୁ ନେଇ ଗଠିତ. ବର୍ତ୍ତମାନ କଂଗ୍ରେସ – ବିଜେପି – ବିଜେଡି ମଧରେ ପ୍ରଚାର ସରଗରମ ଚାଲିଛି. ଏହି 3 ଦଳ ତରଫରୁ ଯେପରି ହେଲେ ପାରଳା ଆସନକୁ ପାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି. ହେଲେ ନିର୍ବାଚନର ଫଳାଫଳ ଘୋଷିତ ହେବା ପରେ କିଏ ପାଇବ ପାରଳା ଆସନ ତାହା ସ୍ପଷ୍ଟ ହେବ.