ପାରଳା ଉପକଣ୍ଠରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନ ମୋହନ ରେଡ୍ଡୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସଦର ମହକୁମା ଉପକଣ୍ଠରେ ଥିବା ଆନ୍ଧ୍ରର ପୁରୁଣାପାଟଣା ଗ୍ରାମରେ ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନ ମୋହନ ରେଡ୍ଡୀ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ପାରଳାଖେମୁଣ୍ଡି ସହର ହଠାତ ସମ୍ପୂର୍ଣ୍ଣ ଭାବେ ଚଳଚଞ୍ଚଳ ହୋଇ ଉଠିଛି । ପାରଳାଖେମୁଣ୍ଡି ସହର ଠାରୁ ଆନ୍ଧ୍ରର ପୁରୁଣାପାଟଣା ଗ୍ରାମକୁ ଯାଉଥିବା ମୁଖ୍ୟରାସ୍ତାଟି ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଯୋଗୁଁ ଲୋକାରଣ୍ୟ ହେବା ସହ ଟ୍ରାଫିକ ସମସ୍ୟା ଉପୁଜିଥିଲା । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାପାଇଁ ଉଭୟ ଓଡିଶା ଓ ଆନ୍ଧ୍ର ଅଞ୍ଚଳରୁ ବହୁ ଲୋକ ସମାଗମ ହୋଇଥିଲେ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କେବଳ ଆନ୍ଧ୍ର ପୁରୁଣାପାଟଣା ବିଧାନସଭା ଆସନର ୱାଇଏସ୍ଆର୍ ଦଳର ନିର୍ବାଚିତା ବିଧାୟିକା ରେଡ୍ଡୀ ଶାନ୍ତିଙ୍କ ସୁକନ୍ୟା ବେଦିଥାଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କେବଳ ଆସିଥିଲେ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ ହେଲିକେପ୍ଟର ଯୋଗେ ମଧ୍ୟାହ୍ନ ସମୟରେ ପାରଳାଖେମୁଣ୍ଡି ସହର ଠାରୁ ମାତ୍ର ୨କିମି ଦୂରରେ ଥିବା ଆନ୍ଧ୍ରର ପୁରୁଣାପଟଣା ଗ୍ରାମରେ ପହଞ୍ôଚ ବିଧାୟିକାଙ୍କ ନବ ବିବାହିତା ବରକନ୍ୟାଙ୍କୁ ଶୁଭାଶିଷ ପ୍ରଦାନ କରି ଫେରିଥିଲେ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ୨ଜଣ ଉପମୁଖ୍ୟମନ୍ତ୍ରୀ ଡି.କ୍ରିଷ୍ଣା ଦାସ ଓ ପୁଷ୍ପାଶ୍ରୀୱାଣି ଏବଂ ଆନ୍ଧ୍ର ବିଧାନ ସଭାର ବାଚସ୍ପତି ଟି.ସୀତାରାମ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।