ପାରଳା ଏସବିଆଇର ମୁଖ୍ୟ ଶାଖା ପରିଚାଳକଙ୍କୁ କରୋନା : ବ୍ୟାଙ୍କକୁ ସିଲ କଲା ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ପାରଳାଖେମୁଣ୍ଡି ସହରରେ ଥିବା ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ପରିଚାଳକଙ୍କୁ କରୋନା ଆକ୍ରାନ୍ତ ହୋଇଛି । ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଗଜପତି ଜିଲ୍ଲା ପ୍ରଶାସନ ଆଜି ବ୍ୟାଙ୍କକୁ ସିଲ୍ କରିଛନ୍ତି । ଏ ନେଇ ଜିଲ୍ଲା (ଏଲଡିଏମ୍‌) ଅଗ୍ରଣୀ ବ୍ୟାଙ୍କ ପରିଚାଳକ କିଶୋର ଚନ୍ଦ୍ର ନାୟକ ସୁଚନା ଦେଇଛନ୍ତି ଯେ,ଏହି ବ୍ୟାଙ୍କର ଏଫଆଇ ମ୍ୟାନେଜର କିଛି ଦିନ ତଳେ ଭୁବନେଶ୍ୱରରୁ ଏଠାକୁ ଫେରିଥିଲେ । ତେଣୁ ସେ ପାରଳାଖେମୁଣ୍ଡି ମୁଖ୍ୟ ଶାଖା ବ୍ୟାଙ୍କର କୋଠା ଉପରେ ଥିବା ଗେଷ୍ଟହାଉସରେ ହୋମ୍ କ୍ୱାରେଣ୍ଟାଇନ୍ ଭାବେ ରହୁଥିଲେ । ଗତ ୨ଦିନ ତଳେ ସେ ଅଧିକା ଅସୁସ୍ଥ ହେବାରୁ ଭୁବନେଶ୍ୱର ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏଥିରେ ସେ କରୋନା ଆକ୍ରାନ୍ତ ଥିବା ଜଣାଯାଇଥିଲା । ବର୍ତ୍ତମାନ ସେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ଥିବା କୋଭିଡ୍ ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ହେଲେ ସେ ପାରଳାଖେମୁଣ୍ଡି ଠାରେ ଗତ ୨ତାରିଖ ଠାରୁ ୨୨ତାରିଖ ପର‌୍ୟ୍ୟନ୍ତ ମୁଖ୍ୟ ଶାଖାର ବ୍ୟାଙ୍କ ପରିସର ମଧ୍ୟରେ ହୋମ୍ କ୍ୱାରେଣ୍ଟାଇନ୍ ଭାବେ ରହୁଥିଲେ । ଏହି ସମୟ ମଧ୍ୟରେ ସେ ଯଦି କାହା ସଂସ୍ପର୍ଶରେ ଆସିଥାଇ ପାରନ୍ତି । ତେଣୁ ବ୍ୟାଙ୍କର ପଦସ୍ଥ କର୍ମକର୍ତ୍ତା ଏବଂ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ୟାଙ୍କକୁ ସିଲ୍ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ