ପାରଳା ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ପାରଳା ଥାନାରେ ଜେରା ହୋଇପାରେ ।

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଯୁବ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ବହୁ ଚର୍ଚ୍ଚିତ ମୃତ୍ୟୁ ଘଟଣା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ରହସ୍ୟ ଉନୋ୍ମଚନ ହୋଇପାରି ନାହିଁ । ଘଟଣା ନେଇ ୨୫ ଦିନ ବିତି ଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୋଲିସର ହାତ ଖାଲି ରହଛି । ସୌମ୍ୟଙ୍କ ସନ୍ଦେହଜନକ ମୃତ୍ୟୁ ଦୁର୍ଘଟଣା ଜନିତ, ଆତ୍ମହତ୍ୟା ନା ହତ୍ୟା ଆଦି ନେଇ ୨୫ ଦିନ ପରେ ବି ସ୍ପଷ୍ଟତା ଆସିପାରି ନାହିଁ । ସୌମ୍ୟଙ୍କ ପତ୍ନୀଙ୍କୁ ଏଥି ପୂର୍ବରୁ ପାରଳା ପୋଲିସ ଦୁଇଥର କପ୍ତିପଦା ଠାରେ ଜେରା କରି ଫେରିଛନ୍ତି । ହେଲେ ଏହି ଘଟଣା ନେଇ ପୋଲିସ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ଆଣି ପାରଳାଖେମୁଣ୍ଡି ପୋଲିସ ଷ୍ଟେସନରେ ଜେରା କରିପାରନ୍ତି ବୋଲି ବିଶ୍ୱସ୍ଥ ସୂତ୍ରରୁ ଜଣାଯାଇଛି । ଅନ୍ୟ ପକ୍ଷରେ ମୃତ ସୌମ୍ୟରଞ୍ଜନଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠର ଦ୍ୱାରସ୍ଥ ହେବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି । ପୁଅର ମୃତ୍ୟୁକୁ ୨୫ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନଥିବାରୁ ପ୍ରକୃତ ନ୍ୟାୟ ନ ମିଳିଲେ ଶେଷରେ ବାଧ୍ୟହୋଇ ନବୀନ ନିବାସ ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ଚେତାବନୀ ଦିଆଯାଇଛି । ସୌମ୍ୟରଞ୍ଜନଙ୍କ ମା । ଏଥି ସହ ଜାତୀୟ ମାନବାଧିକାର କମିଶନ ଏନଏଚ୍‌ଆସ୍‌ସିଙ୍କର ବି ଦୃଷ୍ଟି ଆକର୍ଷଣ କରାଯାଇଛି । ତଦନ୍ତକୁ ନେଇ ଏଭଳି ପ୍ରଶ୍ନ ଉଠୁଥିବା ବେଳେ ବିଦ୍ୟାଭାରତୀଙ୍କୁ ଘଟଣାସ୍ଥଳ ପାରଳାଖେମୁଣ୍ଡି ଥାନାକୁ ଆଣି ଅଧିକ ଅନୁସନ୍ଧାନ ପାଇଁ ପାରଳା ପୋଲିସ ଜେରା କରିବା ସମ୍ଭାବନା ରହିଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ