ପାରଳା ଓମ୍ଶାନ୍ତି କଲୋନୀରେ ସଫେଇ ହେଉନି ନାଳ, ମଶାଙ୍କ ପ୍ରାଦୁର୍ଭାବ ବଢୁଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ନାଳ,ନର୍ଦ୍ଦମା ସଫେଇ ହେଉନଥିବା ଯୋଗୁଁ ମଶାମାଛିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଜିଲ୍ଲା ସଦର ମହକୁମା ହୋଇଥିଲେ ହେଁ ନାଳ ବା ଡ୍ରେନେଜ୍ ବ୍ୟବସ୍ଥା ସଠିକ ରୂପେ କାର୍ଯ୍ୟକାରୀ ହେଉନାହିଁ । ଅନ୍ୟପକ୍ଷରେ ଡ୍ରେନେଜ୍ ବ୍ୟବସ୍ଥା ସଠିକ ରୂପେ ପରିଚାଳିତ ହେଉଥିବା ମାଇକ ଯୋଗେ ଘନ ଘନ ପ୍ରଚାର କରାଯାଉଛି । ତେବେ ସହରର ଓମ୍ଶାନ୍ତି କଲୋନୀ ରାସ୍ତାରେ ଏହାର ବାସ୍ତବ ରୂପରେଖ ଦେଖିବାକୁ ମିଳୁଅଛି । ଏହି କଲୋନୀ ଠାରେ ନାଳ ବା ଡ୍ରେନେଜ୍ ବ୍ୟବସ୍ଥା ଢାଙ୍କି ହୋଇନଥିବା ବେଳେ ଖୋଲମ ଖୋଲା ଭାବେ ନାଳ ଗୁଡିକ ମୁକୁଳା ହୋଇପଡି ରହିଥିବାର ଦେଖିବାକୁ ମିଳୁଛି । ଏହା ଦ୍ୱାରା ମଶାମାଛିଙ୍କ ପ୍ରାଦୁର୍ଭାବ ବଢିବା ସହ ଅଳିଆ ଆବର୍ଜନା ଗୁଡିକୁ ଯେଉଁ ସ୍ଥାନରେ ପକାଯାଉଛି ସେହି ସ୍ଥାନରେ ପକାଇ ରଖୁଥିବାର ଦେଖିବାକୁ ମିଳୁଛି । ତେବେ ସହରର ଏପରି ନମୂନା ସାହି ସାହିରେ ଦେଖିବାକୁ ମିଳୁଥିବା ବେଳେ ମଶାମାଛିଙ୍କ ପ୍ରାଦୂର୍ଭାବକୁ ରୋକିବାରେ ନା ଜିଲ୍ଲାପ୍ରଶାସନ ନା ପାରଳାଖେମୁଣ୍ଡି ପୌରପରିଷଦ ଚେଷ୍ଟା କରୁଛି । ଅନ୍ୟପକ୍ଷରେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ମଶାଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିଚାଲଛି । ଏଭଳି ସ୍ଥିତି ଯୋଗୁଁ ଏପରି ସମସ୍ୟା ସୃଷ୍ଟିହେଉଥିବାର ଆଲୋଚନା ହେଉଛି ।