ପାରଳା କରଣସାହି ହନୁମାନଙ୍କ କୀର୍ତ୍ତନ ଭଜନ ପାଇଁ ଘରର ଶୁଭାରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କରଣ ସାହି ଠାରେ ଥିବା ଶ୍ରୀବୀର ହନୁମାନଙ୍କ ପ୍ରତିମୂର୍ତ୍ତି ପାଶ୍ୱର୍ରେ ହନୁମାନଙ୍କ ଭଜନ କୀର୍ତ୍ତନ ପାଇଁ ଏକ ନୂତନ ଗୃହ ପ୍ରବେଶ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚିନ୍ମୟମିଶନର ସ୍ୱାମୀଜୀ ଚିନ୍ମୟ ମହାରାଜ ଯୋଗଦେଇ ନଡିଆ ଭାଙ୍ଗି ପ୍ରବେଶ ଉତ୍ସବର ଶୁଭଉଦ୍‌ଘାଟନ କରିଥିଲେ । ଏଥିରେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଏହାପରେ ମଧ୍ୟାହ୍ନ ସମୟରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଏହି ଗୃହ ପ୍ରବେଶ ଉତ୍ସବରେ ଯୋଗ ଦେଇ ହନୁମାନଙ୍କୁ ପୂଜାର୍ଚ୍ଚନା କରିଥିଲେ । ବିଧାୟକ ଶ୍ରୀ ରାଓଙ୍କୁ ଏହା ପରେ ବୀରହନୁମାନ କମିଟି ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବୀର ହନୁମାନ କମିଟି ତରଫରୁ ଭେଙ୍କେଟେଶ୍ୱର ପଟ୍ଟନାୟକ, ନରସିଂହ ପଟ୍ଟନାୟକ, ବ୍ରଜକିଶୋର ପଟ୍ଟନାୟକ, ରାମପ୍ରସାଦ ପଟ୍ଟନାୟକ, ସଂଜୟ କୁମାର ଜେନା, ବୀରକିଶୋର ପଟ୍ଟନାୟକ, ଶ୍ରୀନିବାସ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିବାବେଳେ ସତ୍ୟନାରାୟଣ ପଟ୍ଟନାୟକଙ୍କ ଦ୍ୱାରା ସଂକୀର୍ତ୍ତନ ଦଳ ପରିଚାଳିତ ହୋଇଥିଲା । ଏଥି ଲାଗି ଆଜି ସକାଳ ଠାରୁ ସମସ୍ତ ପୂଜାବିଧି ଆରମ୍ଭ କରାଯାଇଥିବା ବେଳେ ମଧ୍ୟାହ୍ନ ସମୟରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ