ପାରଳା ଜନସାଧାରଣଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୋଭିଡ-୧୯ର ଯୋଦ୍ଧାଙ୍କୁ ସମ୍ମାନୀତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କୋଭିଡ-୧୯ର ଯୋଦ୍ଧା ସାଜି ଥିବା ଡାକ୍ତର,ଷ୍ଟାଫନର୍ସ,ସ୍ୱାସ୍ଥ୍ୟକର୍ମୀ,ସଫେଇ,ସିକ୍ୟୁରିଟି,ଓ ଡାକ୍ତରଖାନାର ସମସ୍ତ କର୍ମଚାରୀ ମୋଟ ୨ଶହ ଜଣଙ୍କୁ ଆଜି ପାରଳା ଜନସାଧାରଣଙ୍କ ତରଫରୁ ସମ୍ମାନୀତ କରାଯାଇଛି । ପାରଳାବାସୀଙ୍କ ତରଫରୁ ମୀନାକ୍ଷୀ ସାହୁ,ତନୁଜା ଶତପଥୀ,ସଂଯୁକ୍ତା ବେହେରା,ବଳରାମ ନାଗା,ରାମନାଥ ମିଶ୍ର ପ୍ରମୁଖ କହିଛନ୍ତି,ଡାକ୍ତର,ଷ୍ଟାଫନର୍ସ,ସ୍ୱାସ୍ଥ୍ୟକର୍ମୀ ପ୍ରମୁଖଙ୍କୁ ୨ୟ ଭଗବାନ ଅଟନ୍ତି । ଏମାନେ ସଦାସର୍ବଦା ସାଧାରଣଙ୍କୁ ବିଭିନ୍ନ ଭାବେ ସ୍ୱାସ୍ଥ୍ୟସେବା ଯୋଗାଇଥାନ୍ତି । ହେଲେ ବର୍ତ୍ତମାନର ଅତି ଭୟଙ୍କର କରୋନା ସଂକ୍ରମଣ ବେଳେ ଏମାନଙ୍କର ସେବା ପାଇଁ କୋଭିଡ-୧୯ର ଯୋଦ୍ଧା ଭାବେ ସମସ୍ତ ଡାକ୍ତରଖାନା କର୍ମଚାରୀଙ୍କୁ ସାଧାରଣଙ୍କ ତରଫରୁ ଆମେ ସାଧୁବାଦ ଜଣାଉଛୁ । ନିଜ ପ୍ରତି ବିପଦ ଥିବା ଜାଣି ଜୀବନକୁ ବାଜି ଲଗାଇ ଭୟଙ୍କର କରୋନା ସଂକ୍ରମଣରେ ପୀଡିତା ରୋଗୀଙ୍କୁ ବିଭିନ୍ନ ଭାବେ ସେବା କରୁଥିବା ଏହି ଡାକ୍ତର,ଷ୍ଟାଫନର୍ସ,ସ୍ୱାସ୍ଥ୍ୟକର୍ମୀ,ସଫେଇ,ସିକ୍ୟୁରିଟି ଓ ଡାକ୍ତରଖାନାର ସମସ୍ତ କର୍ମଚାରୀଙ୍କୁ ଆଜି ସେମାନଙ୍କ ଦୀର୍ଘାୟୁ କାମନା କରିବା ସହ ସମ୍ମାନୀତ କରାଗଲା ।