ପାରଳା ତହସିଲଦାରଙ୍କ ଦ୍ୱାରା ଏସ୍. ଉରୁଡ଼ାରେ ପଟ୍ଟା ବଣ୍ଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସୋବରା ଆରଆଇ ପକ୍ଷରୁ ରମ୍ପା ପଞ୍ଚାୟତ ଅନ୍ତର୍ଗତ ଏସ୍. ଉରୁଡାରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା ଯୋଗଦେଇ ପ୍ରାୟ ୩୦ଟି ପଟ୍ଟା ବଣ୍ଟନ କରିଥିଲେ। ଜଙ୍ଗଲ ଜମିରୁ ସେଟେଲମେଣ୍ଟ କରି ପଟ୍ଟା ବଣ୍ଟନ କରାଯାଇଥିବାର ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ଯରେ ରମ୍ପା ସମିତିସଭ୍ୟ ନୀର ଭୂୟାଁ, ରାଜସ୍ବ ସୁପରଭାଇଜର ଓ ଅମିନ ଉପସ୍ଥିତ ଥିଲେ | ପଟ୍ଟା ପାଇ ଆଦିବାସୀ ପରିବାର ଖୁସିବ୍ୟକ୍ତ କରିବା ସହ ତହସିଲଦାରଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ