ପାରଳା ଥାନା ଦ୍ୱାରା ଜୁଆଆଡ୍ଡା ଉପରେ ଚଢ଼ାଉ,17 ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର 4 ଗୋଟି ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି. ଏହି 4 ଟି ସ୍ଥାନରେ ଚଢ଼ାଉ କରି ମୋଟ 42 ହଜାର 9 ଶହ ଟଙ୍କା ଜବତ କରିଥିବା କୁହା ଯାଇଛି. ବର୍ତ୍ତମାନ କୁମାର ପୁର୍ଣିମା ପାଖେଇ ଆସୁଥିବାବେଳେ ସହରର କିଛି ଅଞ୍ଚଳରେ ଜୁଆ ଖେଳ ଚାଲୁ ଥିବାବେଳେ ପାରଳାଖେମୁଣ୍ଡି ଆଦ୍ରଶ ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନ ଉପରେ ଚଢ଼ାଉ ଜାରି କରିଥିବା ଦେଖିବାକୁ ମିଳିଛି. ଏହି ଚଢ଼ାଉରେ ପୋଲିସ ମୋଟ 17 ଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି.