ପାରଳା ନବଜୀବନ ଅନାଥ ଶିଶୁ ଓ ବୃଦ୍ଧାଙ୍କୁ ଖାଦ୍ୟ ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ନବଜୀବନ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଅନାଥ ଓ ବୃଦ୍ଧାଶ୍ରମ ଠାରେ ସମାଜସେବୀ ତଥା ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଖାଦ୍ୟ ବଣ୍ଟନ କରାଯାଇଛି । ଏହି ଟ୍ରଷ୍ଟରେ ଅନେକ ଅନାଥ ଶିଶୁଙ୍କ ସମେତ ବୃଦ୍ଧ ବୃଦ୍ଧା ବସବାସ କରିବା ସହ ଏଠାରେ ସେମାନେ ଖାଦ୍ୟପାନୀୟ ଖାଇ ନିଜର ଗୁଜାରଣ କରିଥାନ୍ତି । ବରିଷ୍ଠ ରାଜନୈତିଜ୍ଞ ତଥା ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଡ.ମାରୁତ କୁମାର ପାଳ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । ଏଥିରେ ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀଦେବୀ ଯୋଗଦେଇ ଏହି ଅନାଥ ଶିଶୁ ଓ ବୃଦ୍ଧବୃଦ୍ଧାମାନଙ୍କୁ ସ୍ୱହସ୍ତରେ ବିଭିନ୍ନ ଖାଦ୍ୟ ଓ ବିସ୍କୁଟ ଆଦି ବଣ୍ଟନ କରିଥିଲେ । ଏଥି ସହ ଉଭୟେ ଅନ୍ତେବାସୀଙ୍କ ସହ ବସି ଖାଦ୍ୟ ଗ୍ରହଣ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହରର ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।