ପାରଳା ନବୋଦୟ ବିଦ୍ୟାଳୟରେ ଛାତ୍ରୀଙ୍କ ଝୁଲନ୍ତା ଶବ ଉଦ୍ଧାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହର ଉପକଣ୍ଠରେ ରହିଥିବା ଜଵାବାହାର ନବୋଦୟ ବିଦ୍ୟାଳୟ ପରିସରରେ ନବମ ଶ୍ରେଣୀପାଠ ପଢ଼ୁଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାଯାଇଛି. ଛାତ୍ରୀ ଜଣକ ନବୋଦୟ ହଷ୍ଟେଲରେ ଫାଶୀରେ ଝୁଲି ଛାତ୍ରୀଟିର ମୃତ୍ୟୁ ହୋଇଥିବା ଜଣା ପଡିଛି. ଘଟଣା ନେଇ ସ୍କୁଲ କର୍ତ୍ତୃପକ୍ଷ ଆତ୍ମହତ୍ୟା କରିଥିବା ସନ୍ଦେହ ପ୍ରକାଶ କରୁଥିବାବେଳେ ମୃତ ଛାତ୍ରୀର ପିତା ହତ୍ୟା ଅଭିଯୋଗ ଆଣି ପାରଳାଖେମୁଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି. ଘଟଣା ନେଇ ସାଇଣ୍ଟିଫିକ ଟିମ ନବୋଦୟ ବିଦ୍ୟାଳୟ ତଦନ୍ତ କରି ଫେରିଛନ୍ତି. ଘଟଣାରୁ ପ୍ରକାଶ ଜବହାର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରଇତଙ୍କ ଝୁଲନ୍ତା ଦେହ ଆଜି ଭୋର ସକାଳ ସମୟରେ ଦେଖା ଯାଇଥିଲା. ଘଟଣା ନେଇ ପାରଳା ପୋଲିସକୁ ଜଣାଇବା ପରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ପାରଳାଖେମୁଣ୍ଡି ସରକାରୀ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ. ଡାକ୍ତରଖାନାରେ ଆଜି ମୃତ ଛାତ୍ରୀଙ୍କ ଶବ ବ୍ୟବଛେଦ ହୋଇଯାଇଛି. ଘଟଣା ନେଇ ପାରଳାଖେମୁଣ୍ଡି ପୋଲିସ ନବୋଦୟ ବିଦ୍ୟାଳୟରେ ପହଞ୍ଚି ସମସ୍ତ ତନାଘନା କରିଛନ୍ତି. ସାଇଣ୍ଟିଫିକ ଟିମ ମଧ୍ୟ ବିଦ୍ୟାଳୟରେ ପହଞ୍ଚି ସମସ୍ତ ଅନୁଧ୍ୟାନ ଓ ତଦନ୍ତ କରି ଫେରିଛନ୍ତି. ନବୋଦୟ ବିଦ୍ୟାଳୟର କିଛି ଛାତ୍ରୀ କହିଛନ୍ତିଯେ ସୌଦାମିନୀ ଗତ ୨ ଦିନ ହେଲା ମାନସିକ ଚାପରେ ରହିଥିଲା. ଗତକାଲି ଦିନ ସାରା କୌଣସି ଖାଦ୍ୟ ଖାଇନଥିଲା. ପରେ ସକାଳୁ ତାର ମୃତ ଦେହ ଦେଖା ଯାଇଥିଲା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ପଣ୍ଡା କହିଛନ୍ତି ସଂମ୍ପୃକ୍ତ ଛାତ୍ରୀ ଜଣକ ବହୁତ ଭଲ ପାଠ ପଢୁଥିଲେ. ଏପରି ଘଟଣା କାହିଁକି ଓ କିପରି ଘଟିଲା ବୋଲି ପ୍ରଶ୍ନ କରି ପୋଲିସର ତଦନ୍ତ ପରେ ସବୁ କିଛି ଜଣା ପଡିବ ବୋଲି କହିଛନ୍ତି. ମୃତ ଛାତ୍ରୀଙ୍କ ପିତା ଡେଭିଡ଼ ରଇତ ନିଜ ଝିଅର ମୃତ୍ୟୁକୁ ନେଇ ମିୟମ୍ରାଣ ହୋଇ କହିଛନ୍ତି ମୋ ଝିଅ ଏପରି ଆତ୍ମହତ୍ୟା କରିବା ମୁଁ ବିଶ୍ୱାସ କରିପାରୁନାହିଁ. ମୋ ଝିଅକୁ କେହି ହତ୍ୟା କରି ଝୁଲେଇ ଦେଇଥିବେ ବୋଲି ପ୍ରକାଶ କରି ପାରଳାଖେମୁଣ୍ଡି ଥାନାରେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଲିଖିତ ଅଭିଯୋଗ କରିଥିବା ସେ ଜଣାଇଛନ୍ତି. ଘଟଣା ନେଇ ପୋଲିସ ଏସଡ଼ିପିଓ ରାମକୃଷ୍ଣ ପତି , ପାରଳା ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତିଯେ ପାରଳାଖେମୁଣ୍ଡି ଥାନାରେ ଘଟଣା ନେଇ କେଶ ନଂ ୫୨ ରେ ମକଦୋମା ରୁଜୁ କରାଯାଇଛି. ନବୋଦୟ ବିଦ୍ୟାଳୟରେ ସମସ୍ତ ଅନୁଧ୍ୟାନ କରାଯିବା ସହ କେତେକ ଛାତ୍ରୀ, ପ୍ରଧାନ ଶିକ୍ଷକ କେତେକ କର୍ମଚାରୀଙ୍କୁ ପଚାରଉଚରା କରାଯାଇଛି. ଘଟଣା ସ୍ଥଳରେ ସାଇଣ୍ଟିଫିକଟିମର ତଦନ୍ତ ମଧ୍ୟ ସରିଛି. ଘଟଣାର ସମସ୍ତ ରିପୋର୍ଟ ହସ୍ତଗତ ହେବା ପରେ ସବିଶେଷ ତଦନ୍ତ ଶେଷ ହେବା ପରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ