ପାରଳା ନୂତନ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟାରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋର ଦାର ଭାବେ ଆଗେଇ ଚାଲିଥିବାର ଦେଖିବାକୁ ମିଳୁଛି । ଏହି ମନ୍ଦିର ଏକ ସର୍ବପୁରାତନ ତଥା ଦକ୍ଷିଣ ଓଡିଶାର ପ୍ରମୁଖ ଜଗନ୍ନାଥ ମନ୍ଦିର ଭାବେ ବେଶ ସୁପରିଚିତ ଅଟେ । ଏହି ମନ୍ଦିରକୁ ନବ ନିର୍ମାଣ କରିବାପାଇଁ ଗତ ୪ବର୍ଷ ତଳେ ଏହି ମନ୍ଦିରକୁ ଭଙ୍ଗାଯାଇ ଏହାର ନବୀକରଣ ପାଇଁ କାର୍ଯ୍ୟାରମ୍ଭ କରାଯାଇଥିଲା । ମାତ୍ର ଅନେକ କାରଣ ବଶତଃ ଏହାକୁ ଖନନ କରାଯାଇଥିଲା ମାତ୍ର ଏହାର ନବୀକରଣ କାର୍ଯ୍ୟ ସଠିକ ଭାବେ ଆରମ୍ଭ ହୋଇପାରୁ ନଥିଲା । ଗତ କିଛି ଦିନ ହେବ ଏହି ମନ୍ଦିରର ନବୀକରଣ କାର୍ଯ୍ୟ ଜର ଧରିଥିବା ଦେଖିବାକୁ ମିଳିଛି । ଏହି ମନ୍ଦିର ପାଇଁ ସୁଦୁର ଭୁବନେଶ୍ୱରରୁ ଶିଳ୍ପୀକାର ଏବଂ କାରୀଗର ଆସି ନିର୍ମାଣ ଯୋଜନା ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳୁଛି । ଏହି ମନ୍ଦିର ନିର୍ମାଣ ବର୍ତ୍ତମାନ ସୁଦ୍ଧା ଫାଉଣ୍ଡେସନ କାର୍ଯ୍ୟ ଚାଲୁ ରହିଛି । ଗଜପତି ଜିଲ୍ଲାର ବହୁ ଶ୍ରଦ୍ଧାଳୁ ଯେଉଁ ଆଶା ରଖିଥିଲେ ତାହା ଅନୁଯାୟୀ ଏହି କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଥିବାରୁ ସମସ୍ତେ ଉତ୍ସାହିତ ଅଛନ୍ତି । ଏହି ନବନିର୍ମିତ ମନ୍ଦିର ଶୀଘ୍ର ସମାପନ ହେବ ତାହାକୁ ଶ୍ରଦ୍ଧାଳୁଙ୍କ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି ।


