ପାରଳା ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ସହାୟତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ମହକୁମା ଠାରେ ଚାଲିଥିବା ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ସହଯୋଗର ହାତବଢାଇ ଚାଲିଛନ୍ତି ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁମାନେ । ସୂଚନା ଯୋଗ୍ୟ ଯେ, ଯୁବ ସମାଜସେବୀ ଦୁର୍ଗାମାଧବ ପାଣିଗ୍ରାହୀ ନୂତନ ମନ୍ଦିର ନିର୍ମାଣ ପାଇଁ ଆଗେଇ ଆସି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାପରେ ଜଣ ଜଣ କରି ଶ୍ରଦ୍ଧାଳୁ ଓ ଭକ୍ତ ମାନେ ସହଯୋଗ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ନିର୍ମାଣ କାର୍ଯ୍ୟ ଲାଗି ବ୍ୟବହୃତ ବିଭିନ୍ନ କାମରେ ନିୟୋଜିତ ଶ୍ରମିକଙ୍କ ପାରିଶ୍ରମିକ ଆଦି ପାଇଁ ଲୋକେ ଯାହାର ଯେତିକି ସାମର୍ଥ୍ୟ ଅନୁସାରେ ସ୍ୱଇଚ୍ଛାରେ ପ୍ରଦାନ କରୁଛନ୍ତି । ସେହିଭଳି ସହରର ଜଣେ ବଦାନ୍ୟ ବ୍ୟକ୍ତି ଗୌରାଙ୍ଗ ଚରଣ ନାୟକ ୫ହଜାର ଟଙ୍କା ସହାୟତା କରିଛନ୍ତି । ତାଙ୍କର ଏହି ବଦାନ୍ୟତାକୁ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ତରଫରୁ ଭକ୍ତ ତଥା ଯୁବ ସମାଜସେବୀ ଦୁର୍ଗାମାଧବ ପାଣିଗ୍ରାହୀ, ରାଜେନ୍ଦ୍ର ବେହେରା ପ୍ରମଖୁ ପ୍ରଶଂସା କରି ସାଧୁବାଦ ଜଣାଇଛନ୍ତି ।


