ପାରଳା ପୋଲିସର ଜୁଆ ଆଡ୍ଡାରେ ଚଢଉ,୧୩ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଣୀପେଣ୍ଠ ଠାରେ ଏକ ଜୁଆ ଆଡ୍ଡା ଉପରେ ପାରଳା ଆଦର୍ଶ ଥାନା ପକ୍ଷରୁ ଚଢଉ କରାଯାଇ ୧୩ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି । ଏଥିରେ ନଗଦ ୩୭ହଜାର ଟଙ୍କା ସହ ୪ଗୋଟି ମୋବାଇଲ ଫୋନ ଜବତ କରାଯାଇଥିବାର ଜଣାପଡିଛି । ପାରଳାଖେମୁଣ୍ଡି ଥାନା ସୂତ୍ରରୁ ପ୍ରକାଶ ଯେ, ଉକ୍ତ ଗ୍ରାମରେ ଲୁଚି ଛପି ଏହି ଜୁଆ ଆଡ୍ଡା ଚାଲୁ ରହିଥିବାର ଖବର ପାଇ ଅତର୍କିତ ଚଢଉ କରାଯାଇଥିଲା । ଏହି ଚଢାଉ ସମୟରେ ବହୁ ଜୁଆଡି ଦୌଡି ଚାଲିଯାଇଥିଲେ ମଧ୍ୟ ୧୩ଜଣଙ୍କୁ ପୋଲିସ କାବୁ କରିଥିଲେ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ୧୭୯/୨୧ରେ ଏକ ମାମଲା ରୁଜୁ କରାଯାଇ ଜୁଆଡିଆ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ