ପାରଳା ପୋଲିସର ସଫଳତା, କୃଷି କାର୍ଯ୍ୟାଳୟରୁ ଚୋରି ସାମଗ୍ରୀ ଉଦ୍ଧାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ପୋଲିସକୁ ପୁଣି ଏକ ସଫଳତା ମିଳିଥିବା ସୂଚନା ମିଳିଛି. ପାରଳାଖେମୁଣ୍ଡି ଠାରେ ଥିବା କୃଷି ବିଭାଗ କାର୍ଯ୍ୟାଳୟ ଠାରୁ ଚୋରି ଯାଇଥିବା ସାମଗ୍ରୀ ଉଦ୍ଧାର କରାଯିବା ସହ ଚୋରକୁ ଗିରଫ କରାଯାଇଥିବା ଜଣା ଯାଇଛି. ପାରଳାଖେମୁଣ୍ଡି ଆଇଆଇସି ପ୍ରଶାନ୍ତ କୁମାର ଭୂପତି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇଛନ୍ତିଯେ ଗତ ୨୧ ତାରିଖ ରାତ୍ରରେ କୃଷି କାର୍ଯ୍ୟାଳୟରୁ ଗ୍ରିଲ କବାଟ ଭଙ୍ଗା ଯାଇ କମ୍ପ୍ୟୁଟର ସହ କେତେକ ସାମଗ୍ରୀ ଚୋରି ଘଟିଥିଲା. ଏ ନେଇ କୃଷି ବିଭାଗ ତରଫରୁ ଗତ ୨୨ ତାରିଖ ଦିନ ପାରଳା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା. ଏହାକୁ ଭିତ୍ତି କରି ତଦନ୍ତ ଆରମ୍ଭ କରାଯାଇ ଏହି ଘଟଣାରେ ସମ୍ପୃକ୍ତ ପାରଳା ଦାଣ୍ଡୁମାଲ୍ଲା ସାହିର ଟି.ସାଇ କିରଣକୁ ଗିରଫ କରାଯିବା ସହ ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି. ଅଭିଯୁକ୍ତକୁ କୋୖର୍ଟ ଚାଲାଣ କରାଯାଇଥିବା ମଧ୍ୟ କୁହାଯାଇଛି.