ପାରଳା ପୋଲିସର ସଫଳତା ;ଗହଣା ଲୁଟେରା ଗିରଫ, ସୁନାଚେନ ଓ ବାଇକ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ପୋଲିସକୁ ଏକ ସଫଳତା ମିଳିଛି । ଗତ କିଛି ଦିନ ତଳେ ବାଇକ ଦ୍ୱାରା ଆସି ଜଣେ ବ୍ୟକ୍ତିଙ୍କ ଠାରୁ ସୁନାଚେନ ଲୁଟି ଚମ୍ପଟ ମାରିଥିବା ଲୁଟେରାକୁ ପୋଲିସ ଗିରଫ କରିବା ସହ ସୁନାଚେନ ଓ ବାଇକକୁ ଜବତ କରିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନେହେରୁ ଛକ ନିକଟରୁ ଗତ ୫ ତାରିଖରେ ଲୁଟ କରିଥିବା ଜଣେ ଗହଣା ଲୁଟେରାଙ୍କୁ ଗିରଫ କରାଯିବା ସହ ଏକ ବାଇକ ଜବତ କରାଯାଇଛି । ଏହି ଲୁଟେରା ଗତ ୫ ତାରିଖରେ ନେହେରୁ ଛକ ନିକଟରୁ ସୁନାଚେନ ଲୁଟ କରିଥିବାର ଅଭିଯୋଗ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଭାବରେ କରାଯାଇଥିଲା । ଆଦର୍ଶ ଥାନା ପକ୍ଷରୁ ଘଟଣାର ଅନୁସନ୍ଧାନ କରାଯାଇ ଏ.ଅର୍ଜୁନ କୁମାର (୩୨) ନାମକ ଯୁବକଙ୍କୁ ଏହି ଲୁଟ ଘଟଣାରେ ଗିରଫ କରାଯାଇଥିବାବେଳେ ତାଙ୍କ ନିକଟରୁ ସୁନାଚେନ ସହ ଏକ ବାଇକ ମଧ୍ୟ ଜବତ ହୋଇଥିବା ଜଣାପଡିଛି । ଘଟଣାକୁ ନେଇ ୨୬୯/୨୦ ନମ୍ବରରେ ଏକ ମାମଲା ଆଦର୍ଶ ଥାନାରେ ରୁଜୁ ହୋଇଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି । ଘଟଣାର ଅନୁସନ୍ଧାନ ଏଲ୍‌.ଏନ୍‌. ସାଗର କରୁଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ