ପାରଳା ପୌରପରିଷଦ ପକ୍ଷରୁ ଜନଶୁଣାଣୀ ଓ ହେଲ୍ପଲାଇନ ପ୍ରକୋଷ୍ଠ ଆରମ୍ଭ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)  :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ଜନ ଅଭିଯୋଗ ଶୁଣାଣୀ ଏବଂ ହେଲ୍ପଲାଇନ ପ୍ରକୋଷ୍ଠ ଆରମ୍ଭ ହୋଇଥିବାର ଜଣାପଡିଛି । ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ସୂଚନା ମୁତାବକ ପ୍ରତ୍ୟଃ କାର୍ଯ୍ୟଦିବସ ସକାଳ ୧୦ଘଣ୍ଟା ଠାରୁ ମଧ୍ୟାହ୍ନ ୨ଘଣ୍ଟା ପର୍ଯ୍ୟନ୍ତ ଅଭିଯୋଗ ଗୁଡିକୁ ଗ୍ରହଣ କରାଯିବ । ଏହି ଅଭିଯୋଗ ଗୁଡିକ ପ୍ରତ୍ୟେକ ମାସର ପ୍ରଥମ ମଙ୍ଗଳବାର ଶୁଣାଣୀ କରାଯିବ । ଏହା ସହ ଅନ୍ୟାନ୍ୟ ସୁବିଧା ଅସୁବିଧା ନିମନ୍ତେ ହେଲ୍ପଲାଇନ ନମ୍ବର ୭୭୩୫୮୩୪୪୮୦କୁ ଯୋଗାଯୋଗ କରି ଅବଗତ କରିପାରିବେ ବୋଲି ମଧ୍ୟ କୁହା ଯାଇଛି । ସେହିଭଳି ପ୍ରତି ସପ୍ତହର କେବଳ ଶନିବାର ଦିନ ଇଲେକ୍‌ଟ୍ରୋନିକସ ବର୍ଜ୍ୟବସ୍ତୁ ବା ଇ-ୱେଷ୍ଟ ସଂଗ୍ର ହୋଇ ଇଲେକ୍‌ଟ୍ରୋନିକସ ବର୍ଜ୍ୟବସ୍ତୁ ଗଚ୍ଛିତ ସ୍ଥାନରେ ରଖାଯିବ । ରାଜ୍ୟ ନିୟଜିତ ବୋର୍ଡ ଦ୍ୱାରା ଚିହ୍ନଟ ହୋଇଥିବା ସଂସ୍ଥା ଦ୍ୱାରା ଇ-ବର୍ଜ୍ୟବସ୍ତୁ ଗୁଡିକ ନିଆଯାଇ ପ୍ରକ୍ରିୟାକରଣ କରାଯିବ । କୌଣସି କ୍ଷେତ୍ରରେ ଇ-ବର୍ଜ୍ୟବସ୍ତୁ ଗୁଡିକୁ ମ୍ୟାଟେରିଆଲ ରିକଭରୀ ଫାସିଲିଟି ରେ ଭଙ୍ଗା ଯିବ ନାହିଁ କି ଗୁଣ୍ଡ କରାଯିବ ନାହିଁ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଚିହ୍ନଟ ହୋଇଥିବା ସଂସ୍ଥାକୁ ହସ୍ତାନ୍ତର କରାଯିବ । ପାରଳାଖେମୁଣ୍ଡି ପୌରସଂସ୍ଥା ତରଫରୁ ପ୍ରତି ସପ୍ତାହର ଶନିବାର ଦିନ ଇଲେକ୍‌ଟ୍ରୋନିକସ ଓ ବିପଦଜନକ ବର୍ଜ୍ୟବସ୍ତୁ ସଂଗ୍ରହ ହେବ । ତେଣୁ ଦୋକାନ ବଜାର ଏବଂ ଅନୁଷ୍ଠାନମାନରୁ ବାହାରୁ ଥିବା ଇଲେକ୍‌ଟ୍ରୋନିକ୍ସ ବର୍ଜ୍ୟବସ୍ତୁ ଯଥା ଭଙ୍ଗା କିମ୍ବା ଅଚଳ କମ୍ପ୍ୟୁଟର ଓ ଅନ୍ୟାନ୍ୟ  ଅଂଶ ବିଶେଷ ଭଙ୍ଗା କିମ୍ବା ଅଚଳ ଟିଭି, ଫ୍ୟାନ୍‌, ଭଙ୍ଗା ଲ୍ୟାପଟପ, ଭଙ୍ଗା ପ୍ରିଣ୍ଟର, ରିମୋଟ ଆଦି ଇଲେକ୍‌ଟ୍ରୋନିକ୍ସ ବର୍ଜ୍ୟବସ୍ତୁ ଏବଂ ରଙ୍ଗ ଡିବା, କୀଟନାଶକ ଡିବା, ତାରିଖ ଅତିକ୍ରାନ୍ତ ଔଷଧ, ଛୁଞ୍ଚି, ସିରିଂଜି, ପୁରୁଣା ବ୍ୟାଟେରୀ, ମୋଟର ତେଲ ଡବା, ଭଙ୍ଗା ଆରମୋ-ମିଟର, ଭଙ୍କା ବଲବ ଆଦି ବର୍ଜ୍ୟବସ୍ତୁକୁ ରଖି କେବଳ ଶନିବାର ଦିନ ପୌର ସଂସ୍ଥା ଦ୍ୱାରା ନିୟୋଜିତ ସ୍ୱଚ୍ଛ କର୍ମୀଙ୍କୁ ଦେବା ପାଇଁ ଅନୁରୋଧ କରାଯାଇଛି । ଆଜିର ଏହି ପ୍ରେସ ମିଟ୍‌ରେ  ପାରଳାଖେମୁଣ୍ଡି ପୌରପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ, ପୌରଉପାଧ୍ୟକ୍ଷା ଲେଙ୍କା ମଧୂ, ସହକାରୀ ଜିଲ୍ଲାପାଳ ଜୁବୁଲୀ ଚରଣ ବେହେରା ପ୍ରମୁଖ ଯୋଗଦେଇ ସୂଚନା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ